ଦିଲ୍ଲୀ ସରକାରୀ ସ୍କୁଲରେ ୬୦ ପ୍ରତିଶତ ଆଟେଣ୍ଡାନ୍ସ ଅନିବାର୍ଯ୍ୟ । ଅଭିଭାବକଙ୍କୁ ମୋବାଇଲରେ ପଠଯିବ ଉପସ୍ଥିତି ତାଲିକା

124

କନକ ବ୍ୟୁରୋ: ଦିଲ୍ଲୀର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପାଇଁ କଡା ନିୟମ । ଏଣିକି ଉପସ୍ଥିତି କମ ରହିଲେ ପିଲାମାନେ ଦେଇପାରିବେ ନାହିଁ ବାର୍ଷିକ ପରୀକ୍ଷା । ଉପରାଜ୍ୟପାଳ କିଛି ସ୍କୁଲ ବୁଲି ଛାତ୍ରଛାତ୍ରୀଙ୍କର କମ୍ ଉପସ୍ଥିତି ଥିବା ଅଭିଯୋଗ କରିବା ପରେ ଏହି ନିୟମକୁ କଡାକଡି କରିଛନ୍ତି ଶିକ୍ଷା ନିର୍ଦ୍ଦେଶକ ।

ନୂଆ ଶିକ୍ଷା ନିୟମ ଅନୁସାରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ୬୦ ପ୍ରତିଶତ ଉପସ୍ଥିତି ରହିବା ନିହାତି ଜରୁରୀ । ପିଲାମାନଙ୍କର ଉପସ୍ଥିତି ତାଲିକାକୁ ସେମାନଙ୍କ ଅଭିଭାବକଙ୍କ ପାଖକୁ କଲ, ଏସଏମଏସ , ହ୍ୱାଟ୍ସଆପ ଓ ମେଲରେ ପଠାଯିବ । ଛାତ୍ରଛାତ୍ରୀଙ୍କର ଉପସ୍ଥିତି ପ୍ରତିଶତକୁ ସେମାନଙ୍କର ପରଫରମାନ୍ସ ତାଲିକାରେ ମିଶାଯିବ । ଯଦି କାହାର ଉପସ୍ଥିତି ୬୦ ପ୍ରତିଶତରୁ କମ ହୁଏ ସେମାନଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ ।