ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୪ ଜଣଙ୍କ ଜୀବନ, ଜଣେ ଗୁରୁତର

261

କନକ ବ୍ୟୁରୋ: ସଡକ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ନୂଆପଡା ଜିଲ୍ଲା କୋମନା ଥାନା କ୍ରିଷ୍ଣା ଗାଁ ନିକଟରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଯୁବକ ଓ ଜଣେ ଶିଶୁ ଥିବା ସୂଚନା ।

ଗୋଟିଏ ବାଇକରେ ବସି ୫ ଜଣ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ହେଲେ ମୃତକଙ୍କ ସଠିକ ପରିଚୟ ଏଯାଏଁ ମିଳିପାରିନାହିଁ ।