‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପାଇଁ ପ୍ରବଳ ଭିଡ ! ୧୦ କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍ ।

240

ଗୁଜୁରାଟର ନର୍ମଦା ନଦୀ କୂଳରେ ତିଆରି ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଦିନକୁ ଦିନ ଗହଳି ବଢିବାରେ ଲାଗିଛି । ଦୀପାବଳୀ ଛୁଟି କାରଣରୁ ଏଠାକୁ ଆସୁଥିବା ଲୋକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ, ୧୮୨ ମିଟର ଉଚ୍ଚ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଏହି ଷ୍ଟାଚ୍ୟୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୩୧ ତାରିଖରେ ଲୋକର୍ପଣ କରିଥିଲେ ।

ଶନିବାର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା । ଭିଡ କାରଣରୁ ପାଖାପାଖି ୧୦ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା । କୁହାଯାଉଛି, ଶନିବାର ଏଠାରେ ପାଖିପାଖି ୩୦ ହଜାରରୁ ଅଧିକ ଲୋକ ଏଠାକୁ ଆସିଥିଲେ । ଯାହା ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଏପରିକି ଷ୍ଟାଚ୍ୟୁ ଦେଖିବାକୁ ଯିବା ପାଇଁ ହୋଇଥିବା ଟିକେଟ୍ କାଉଁ୍ଟରରେ ଲମ୍ବା ଧାଡି ହୋଇଥିବାର ମଧ୍ୟ ଦେଖିବାକୁ ମିଲିଥିଲା ।

ସେହି ସ୍ଥାନକୁ ଆସୁଥିବା ବସଗୁଡିକ ମଧ୍ୟ ଅତ୍ୟନ୍ତ ଭିଡ ଥିବା ପରିଲକ୍ଷିତ ହୋଇଥିଲା । ସୂଚନା ଅନୁଯାୟୀ, ଷ୍ଟାଚ୍ୟୁ ଅଫ ୟୁନିଟିରେ ଏପର୍ଯ୍ୟନ୍ତ ପାଖାପାଖି ୫୦ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହୋଇସାରିଲାଣି । ଗୋଟେ ପଟେ ଏଠାରେ ଲୋକମାନଙ୍କ ଭିଡ ବଢି ବଢି ଚାଲିଥିବା ବେଳେ ଗୁଜୁରାଟ ସରକାର ବାରମ୍ବାର ଘୋଷଣା କରୁଛନ୍ତି ଯେ, ଏଠାରେ ଗୋଟିଏ ଦିନରେ କେବଳ ୫ ହଜାର ଲୋକ ହିଁ ପରିଦର୍ଶନ କରିପାରିବେ । ଏହା ପରେ ମଧ୍ୟ ପର୍ଯ୍ୟଟକ ମାନେ ଅଧିକ ସଂଖ୍ୟାରେ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଆସୁଥିବା ସୂଚନା ରହିଛି ।