ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ୨୬ ବିଧାୟକ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ

121

କନକ ବ୍ୟୁରୋ : ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ୨୬ ଜଣ ବିଧାୟକ । ଓଡ଼ିଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ୪ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ୧୫ ଜଣ ବିଧାୟକ, କଂଗ୍ରେସର ୩, ବିଜେପିର ୬ ଏବଂ ସିପିଆଇର ଜଣେ ବିଧାୟକ ଏହି ଗସ୍ତରେ ସାମିଲ ହେବେ । ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କର ଗସ୍ତ ଖର୍ଚ୍ଚ ବହନ କରାଯିବ ।