ପୋଡମପେଟାରେ ଗଞ୍ଜାମ ତହସିଲଦାର : ଖବର ପ୍ରସାରଣ ପରେ କଲେ ସ୍ଥିତି ଅନୁଧ୍ୟାନ; ଗାଁରେ ରହୁଥିବା ୬ ପରିବାରକୁ ସ୍ଥାନାନ୍ତର କରିବା ପାଇଁ ଜାଗା ଚିହ୍ନଟ

81

କନକ ବ୍ୟୁରୋ : ପୋଡମପେଟାରେ ଗଞ୍ଜାମ ତହସିଲଦାର । ପୋଡମପେଟା ଗାଁ ସମୁଦ୍ରରେ ଲୀନ ହେବା ଖବର ପ୍ରସାରଣ ପରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଡମପେଟା ଗାଁରେ ରହୁଥିବା ୬ ପରିବାରକୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଜାଗା ଚିହ୍ନଟ ହୋଇଥିବା କହିଛନ୍ତି ତହସିଲଦାର । ପଥର ବନ୍ଧ କରିବା ପାଇଁ ସରକାରଙ୍କ ସହ ଆଲୋଚନା କରାଯିବ । ସ୍ଥିତି ଅନୁଧ୍ୟାନ ପରେ କୁଳ ଲଂଘୁଥିବା ସମୁଦ୍ର କୂଳ ନିକଟରେ ବାଉଁଶ ବାଡ କରିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହ କୂଳ ଲଂଘୁଥିବା ସ୍ଥାନକୁ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରିଛନ୍ତି ତହସିଲଦାର । ସମୁଦ୍ର କୂଳ ଲଂଘୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ସମୁଦ୍ର ଲହଡି ଯଦି କୁଳ ଲଂଘେ ତାହେଲେ ପୋଡମପେଟା ସହ କଂଟିଆଗଡ ଏବଂ ଏହାର ଆଖପାଖ ଗାଁ ସମୁଦ୍ର ଭିତରେ ଲୀନ ହୋଇଯିବ । ପୋଡମପେଟା ଗାଁରେ ୪୦ରୁ ଅଧିକ ଘରେ ଲୋକ ରହୁଥିଲେ । ଗୋଟିଏ ପରେ ଗୋଟିଏ ପରିବାରର ଘର ସମୁଦ୍ରରେ ଧସିଯାଇଥିଲା । କେବଳ ପୋଡମପେଟା ନୁହେଁ, ନିକଟବର୍ତ୍ତୀ ଆଜିପଲ୍ଲୀ ଗାଁର ସମୁଦ୍ରକୂଳ ମଧ୍ୟ କ୍ଷୟ ହେବାରେ ଲାଗିଛି ।