ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀରେ ଆଗାମୀ ସାଧାରଣ ନିର୍ବାଚନକୁ ଓହ୍ଲାଇବ ମହାମେଣ୍ଟ : ନିଶ୍ଚତ ବିଜୟ ହେବୁ ବୋଲି କହିଲେ ରାହୁଲ ଗାନ୍ଧି

38

କନକ ବ୍ୟୁରୋ : ୨୦୧୯ ମସିହାରେ ଦେଶରେ ଦେବାକୁ ଥିବା ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କୁ ହରାଇବା ଲାଗି ଦେଶରେ ଗଠନ ହୋଇଥିବା ମହାମେଣ୍ଟ ଏକତ୍ରିତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ମହାମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ ହୋଇପାରିନାହାନ୍ତି । ସୂଚନା ଅନୁସାରେ ନିର୍ବାଚନରେ ମୋଦି ସରକାରଙ୍କୁ ହରାଇ ମହାମେଣ୍ଟ କିପରି ଜୟ ହେବ ଏହା ସହ ସରକାର କରିବ ସେନେଇ ସମସ୍ତ ଆୟୋଜନ କରୁଛନ୍ତି ମହାମେଣ୍ଟ । ତେବେ ଏହାର ନେତୃତ୍ୱ ନେଉଛି କଂଗ୍ରେସ । ନିର୍ବାଚନପରେ ଦଳରେ କେଉଂ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ତାହା ଦଳର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ଧାର୍ଯ୍ୟ ହେବ ବୋଲି ଜଣାପଡିଛି । ରାହୁଲ ଗାନ୍ଧି କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ । ମାତ୍ର ୨୩୦ ରୁ ୨୪୦ ସିଟ ମଧ୍ୟରେ ସେମାନେ ବିଜୟ ହେବେ ।

 

ଏହାସହ ରାହୁଲ କହିଛନ୍ତି ଯେ, ମୋଦି ସରକାରଙ୍କ ବିରୋଧରେ ଯେଉଁ ମହାମେଣ୍ଟ ଗଠନ କରାଯାଇଛି ତାହା ଯଦି ସଠିକ ଭାବରେ କାମ କରିବ ତେବେ ନିଶ୍ଚିତ ରୂପରେ ସଫଳ ହେବ ବୋଲି ରାହୁଲ କହିଛନ୍ତି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ବିହାରରେ ମୋଦି ସରକାର ଅନେକ ସିଟ ହରାଇବ ବୋଲି ସେ କହିଛନ୍ତି । ତେବେ ବିଜେପି ଶିବସେନା ସହ ମେଣ୍ଟ କରିବ ନାହିଁ ବୋଲି ଜଣାପଡିଛି । ଶିବସେନା ସହ ବିଜେପିର ମତଭେଦ ରହିଛି ତେଣୁ ମହାରାଷ୍ଟ୍ରରେ ମଧ୍ୟ ଦଳ ସେତେଟା ଭଲ ପ୍ରଦର୍ଶନ କରିବ ନାହିଁ । ଏହାସହ ନରେନ୍ଦ୍ର ମୋଦି ଯଦି ପ୍ରଧାନମନ୍ତ୍ରୀ ନହେବେ ତେବେ ତାଙ୍କ ସହ ଟିଡିପି ଓ ଶିବସେନା ମେଣ୍ଟ କରିପାରନ୍ତି । ଏହାସହ ଇଭିଏମକୁ ନେଇ ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇଛନ୍ତି । ଗତକାଲି ୧୭ଟି ଦଳ ଦେଶରେ ହେଉଥିବା ନିର୍ବାଚନରେ ଇଭିଏମ ବ୍ୟବହାର ନକରି କେବଳ ବାଲାଟ ପେପର ବ୍ୟବହାର କରିବା ପାଇଁ ନିର୍ବାଚନ କମିଶନଙ୍କୁ ଦାବି ଜଣାଇଥିଲେ । ଏହି ମେସିନରେ ଭୋଟ ଗ୍ରହଣ ହେଲେ ଗଡବଡ ହେଉଛି । ତେଣୁ ଏହାକୁ ବନ୍ଦ କରାଯାଉ ବୋଲି ବିରୋଧୀ ଦଳ ଗୁଡିକ ଦାବି କରିଛନ୍ତି ।