ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।

362

କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ପଲେଇ ପ୍ୟାକ୍ସର ସେଲସ୍‌ମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନସ୍ଥ ପଲେଇ ପ୍ରାଥମିକ କୃଷି ସମବାୟ ସମିତିର ସେଲ୍ସମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ କ୍ଷୀରୋଦ ଚନ୍ଦ୍ର ଭଦ୍ର ଏବଂ କ୍ୟାସିୟର ତଥା ଲେଜର କ୍ଲର୍କ ହିମାଂଶୁ ଶେଖର ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ତେବେ କେନ୍ଦ୍ରାପଡ଼ା ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହଙ୍କ ପତ୍ର ଏବଂ ପଲେଇ ପ୍ୟାକ୍ସର ପ୍ରଶାସକଙ୍କ ରିଜୋଲ୍ୟୁସନ୍‌ ଅନୁସାରେ ଉଭୟଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ତେବେ ପୂର୍ବରୁ ଧାନକିଣା ବା ମଣ୍ଡି ସମସ୍ୟା ମୁଣ୍ଡ ଟେକିଥିବାବେଳେ ଯିଏ ଦୁର୍ନୀତି କିମ୍ବା ଅନିୟମିତତା କରୁଛନ୍ତି ସରକାର ବା ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।