ପୋଲିସ୍ ଭ୍ୟାନ୍ ପାଲଟିଲା ପ୍ରସୂତୀ କକ୍ଷ ! ଭ୍ୟାନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା ।

28

ଦିଲ୍ଲୀ ପୋଲିସର ପୋଲିସ୍ ନିୟନ୍ତ୍ରଣ କକ୍ଷ(ପିସିଆର) ବାହନରେ ନିକଟରେ ଜଣେ ଗର୍ଭବତୀ ମହିଳା କନ୍ୟାସନ୍ତାନକୁ ଜନ୍ମ ଦେଇଥିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମହିଳାଙ୍କୁ ଗାଡିରେ ବୁରାଡୀ ଅଞ୍ଚଳର ଏକ ହସ୍ପିଟାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ପ୍ରସବ କାଳୀଦ ପୀଡା ହୋଇଥିଲା ଓ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ ।

୧୩ ଅଗଷ୍ଟରେ ବୁରାଡୀ ଅଞ୍ଚଳାରେ ଉପସ୍ଥିତ ଥିବା ଏକ ପିସିଆର ଭ୍ୟାନକୁ ଏକ ରୋଗୀଣା ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ କଲ୍ ଆସିଥିôଲା । ସହାୟକ ଉପନିରୀକ୍ଷକ ଜିତେନ୍ଦ୍ର ଏବଂ ମୁଖ୍ୟ କନଷ୍ଟେବଳ ମହେନ୍ଦ୍ର ଘଟଣାସ୍ଥଳରେ ପହଞ୍ôଚ ୨୨ ବର୍ଷୀୟ ଏହି ମହିଳାଙ୍କୁ ପ୍ରସବପୀଡା ପାଉଥିବା ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ।

ତେବେ ରାସ୍ତାରେ ମହିଳାଙ୍କୁ ଖୁବ୍ ଯନ୍ତ୍ରଣା ହୋଇଥିଲା ଯେଉଁଥିପାଇଁ ଉକ୍ତ କନଷ୍ଟେବଳ ଆଉ ଏକ ପିସିଆର ଭ୍ୟାନକୁ ଏନେଇ ଖବର ଦେଇଥିଲେ ଯେଉଁଥିରେ ଜଣେ ମହିଳା କନଷ୍ଟେବଳ ଥିଲେ । ମହିଳା କନଷ୍ଟେବଳଙ୍କ ସହାୟତାରେ ପ୍ରସବ ପୀଡିତା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଉଭୟ ମା’ ଓ ଛୁଆକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।