ହର୍ଣ୍ଣ ନ ବଜାଇ ୧୮ ବର୍ଷ ହେଲା ଚଳାଉଛନ୍ତି ଗାଡି ! ‘ମାନୁଷ ସମ୍ମାନ’ରେ ସମ୍ମାନିତ ହେବେ ଏହି ଡ୍ରାଇଭର

51

ରାସ୍ତାରେ ଗାଡି ମଟରର ଭିଡ ଜମିଥିବ । ଆଉ ଏହି ପରିବେଶଟି ପୁରା ଶଦ୍ଦହୀନ ଥିବ । କେବେ ଏହା ଭାବିପାରୁଛନ୍ତି ? ନା କେବେ ନୁହେଁ ବାଇକ୍ ଠାରୁ ଆରମ୍ଭ କରି ବଡ ଗାଡିର ଚାଳକ ରାସ୍ତା ବା ଟ୍ରାଫିକ୍ ଆଦିରେ ହର୍ଣ୍ଣ ବଜାଇଥାନ୍ତି । ଅନେକ ବାରମ୍ବାର ଅଯଥାରେ ମଧ୍ୟ ହର୍ଣ୍ଣ ବ୍ୟବହାର କରି ପରିବେଶକୁ ଅସହ୍ୟ କରିଦିଅନ୍ତି । ଏହା ଦ୍ୱାରା ଯେ କେତେ ମାତ୍ରାରେ ଆମର ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ , କେହି ବୁଝନ୍ତିନି । ହେଲେ ଏମିତି ଏକ କଥା ପାଇଁ କୋଲକତାର ( ପଶ୍ଚିମ ବଙ୍ଗଳା) ର ଡ୍ରାଇଭର ଦୀପକ ଦାସ୍ ଏବେ ପାଲଟିଛନ୍ତି ଚର୍ଚ୍ଚାର ପାତ୍ର । କାରଣ ତାଙ୍କର ଏକ ଭିନ୍ନ କାମ ପାଇଁ ତାଙ୍କୁ ମିଳିବାକୁ ଯାଉଛି ଏକ ସମ୍ମାନ । ଏଇଥି ପାଇଁ କି ସେ ୧୮ ବର୍ଷ ହେଲା ଗାଡିର ହର୍ଣ୍ଣ ବ୍ୟବହାର ନକରିଥିବା ଯୋଗୁଁ ସେ ପାଇବେ ‘ମାନୁଷ ସମ୍ମାନ’

ଉଲ୍ଲେଖନୀୟ ଯେ , ଦୀପକଙ୍କର ଖୁବ୍ କମ୍ ଓ ଅସାମାନ୍ୟ ବ୍ୟବହାରକୁ ଦେଖି ମାନୁଷି ମେଳା ( ହ୍ୟୁମାନିଟି ଫେୟାର) ତାଙ୍କୁ ପୁରସ୍କୃତ କରିବାକୁ ସ୍ଥିର କରିଛି । ଆଉ ଦୀର୍ଘ ୧୮ ବର୍ଷ ହେଲା ବିଭିନ୍ନ ସଂଗଠନ ସହ ସେ ଜଡିତ ଅଛନ୍ତି । ଦୀପକ ନୋ-ହର୍ଣ୍ଣ ପଲିସ୍ ଉପରେ ବିଶ୍ୱାସ କରନ୍ତି । ଏବଂ ଅନ୍ୟକୁ ଏଥିରେ ମଧ୍ୟ ଅନୁପ୍ରାଣିତ କରିବାକୁ ଚାହାନ୍ତି । ସେ କୁହନ୍ତି , ଯଦି ଜଣେ ଡ୍ରାଇଭର ଏହି ହର୍ଣ୍ଣ-ପଲିସ୍ କୁ ଅନୁସରଣ କରିବେ ସେ ଡ୍ରାଇଭିଂ ବେଳେ ନିଶ୍ଚୟ ସତର୍କ ରହିବେ । ଯଦି ଜଣେ ଡ୍ରାଇଭର ପ୍ରକୃତ ନିଷ୍ପତ୍ତି , ଗତି ଓ ସମୟକୁ ବୁଝିଯିବେ ତ ତାଙ୍କୁ ଆଉ ହର୍ଣ୍ଣ ବଜାଇବାକୁ ପଡିବନାହିଁ । ଯାତ୍ରୀମାନେ ଯେତେବେଳେ ହର୍ଣ୍ଣ ବଜାଇବାକୁ ତାଙ୍କୁ କହିଥାନ୍ତି , ସେ କହିଥାନ୍ତି କି ଏଥିରେ ସମସ୍ୟାର ସମାଧାନ ହେବନାହିଁ । ଦୀପକଙ୍କ କାରରେ ଏକ ପ୍ଲାକାର୍ଡରେ ଲେଖାଅଛି ‘ହର୍ଣ୍ଣ ଏକ ଅବଧାରଣା । ମୁଁ ତୁମର ହୃଦୟ ପାଇଁ ଯତ୍ନଶୀଳ ’

ଏହା ହେଉଛି ମାନୁଷି ମେଳାର ଦ୍ୱିତୀୟ ବର୍ଷ , ଯେଉଁଠାରେ ସେହି ନାଗରିକ ମାନଙ୍କୁ ପୁରସ୍କାର କରାଯାଏ , ଯେଉଁମାନେ ସମାଜ ପାଇଁ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିଥାନ୍ତି । ଗତବର୍ଷ ଏହି ସମ୍ମାନ ପାଇଥିଲେ ବିଭା ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି । ଯିଏ କି ନିଜର ଆର୍ଥିକ ସମସ୍ୟା ଭିତରେ ଥାଇ ବି ବଲା ଜୀବମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବଂଚାଇବା ସହ ଥଇଥାନର ସୁବିଧା କରୁଥିଲେ ।

(ସୌଜନ୍ୟ- ହିନ୍ଦୁସ୍ତାନଟାଇମ୍ସ)