କନକ ବ୍ୟୁରୋ : ନବୀନଙ୍କ ନୂଆ ଟିମକୁ ନେଇ ଅସନ୍ତୋଷ । ମନ୍ତ୍ରୀମଣ୍ଡଳରେ ସମ୍ବଲପୁର ବିଧାୟିକାଙ୍କୁ ସ୍ଥାନ ନମଳିବାରୁ ବିଜେଡି କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ବିଜେଡି କର୍ମୀ ଏବଂ ସମ୍ବଲପୁର ନାଗରିକ କମିଟି ପକ୍ଷରୁ ଏହାର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରେଙ୍ଗାଲି, ରେଢ଼ାଖୋଲ ଏବଂ ସମ୍ବଲପୁରରୁ ବିଜେଡି ପ୍ରାର୍ଥୀ ବିଧାୟକ ନିର୍ବାଚିତ ହୋଇଥିଲେ ସୁଦ୍ଧା ମନ୍ତ୍ରୀପଦ ନମିଳିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ନେତା ମଙ୍ଗଳା କିଷାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆନଯିବାକୁ ନେଇ ମଧ୍ୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଂପାଦକ ଏହାକୁ କେନ୍ଦ୍ରକରି ଇସ୍ତଫା ଧମକ ମଧ୍ୟ ଦେଇଛନ୍ତି ।