ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ଯୋଗ ଦେଲେ ୧୨୫ ଜୁନିଅର ଆସିଷ୍ଟାଣ୍ଟ । ୧୧୪ ପୌରସଂସ୍ଥାରେ ମିଳିବ ନିଯୁକ୍ତି । 

167

କନକ ବ୍ୟୁରୋ : ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ୧୨୫ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ଲୋକସଭା ଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ବିକାଶମୂଳକ ସ୍କିମ୍ ଓ ଯୋଜନାଗୁଡ଼ିକର ମୁଖ୍ୟ ହିତାଧିକାରୀ ହେଉଛନ୍ତି, ଗରିବ ଓ ଦୁର୍ବଳ ବର୍ଗ । ଏଣୁ ଆମ ନାଗରିକମାନଙ୍କୁ ପେସାଦାର ମନୋଭାବ, ସମ୍ମାନ ଓ ସହୃଦୟତାର ସହିତ ବ୍ୟବହାର କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୫-ଟି ଅଧିନରେ ଜାଗା ମିଶନ, ମୁକ୍ତା ଆହର, ଉନ୍ନତି, ସହରାଞ୍ଚଳ ଜଳଯୋଗାଣ, ସହରାଞ୍ଚଳ ପରିମଳ, ଗାରିମା ଆଦି ବିଭିନ୍ନ ସ୍କିମ୍ କାର୍ଯ୍ୟକାରୀ କରୁଛନ୍ତି । ଏହି ଜୁନିଅର ଆସିଷ୍ଟାଣ୍ଟମାନେ ରାଜ୍ୟରେ ଥିବା ୧୧୪ଟି ପୌରସଂସ୍ଥାରେ ନିଯୁକ୍ତ ହେବେ । ଲୋକମାନଙ୍କୁ ସେବା ଯୋଗାଇବାବେଳେ ୫ଟି ଓ ମୋ ସରକାରର ମୁଖ୍ୟ ଲକ୍ଷ୍ୟକୁ ମନେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।