ଦୁନିଆର ସବୁଠାରୁ ବୟସ୍କ ୟୁଟ୍ୟୁବର ମସ୍ତନମ୍ମାଙ୍କ ୧୦୭ ବର୍ଷରେ ନିଧନ ! ରୋଷେଇ କଳା ପାଇଁ ୟୁଟ୍ୟୁବରେ ଚର୍ଚ୍ଚିତ ଥିଲେ ମସ୍ତନମ୍ମା ।
ଦୁନିଆର ସବୁଠାରୁ ବୟସ୍କ ୟୁଟ୍ୟୁବର ଯେ ନିଜ ରୋଷେଇ କଳା ଯାଦୁରେ ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ହଁ ଆଜ୍ଞା ଆମେ ଏଠାରେ ଆପଣଙ୍କୁ ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ଗୁଣ୍ଟୁରରେ ରହୁଥିବା ମସ୍ତନମ୍ମାଙ୍କ କଥା କହୁଛୁ । ନିଜର ଭିନ୍ନ ଭିନ୍ନ ପ୍ରକାରର ରୋଷେଇ ଦ୍ୱାରା ଦର୍ଶକଙ୍କୁ ଇମ୍ପ୍ରେସ୍ କରିପାରିଥିବା ମସ୍ତନମ୍ମାଙ୍କ ୧୦୭ ବର୍ଷରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସୋସିଆଲ୍ ମିଡିଆରେ ଦୁଃଖର ଛାୟା ଖେଳିଯାଇଛି । ୧୨ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଥିବା ତାଙ୍କ ୟୁଟ୍ୟୁବ୍ ଭିଡିଓରେ ନାଁ କେବଳ ଭାରତ ଆମେରିକା,ପାକିସ୍ଥାନ ତଥା ଥାଇଲ୍ୟାଣ୍ଡର ଲୋକ ମଧ୍ୟ ରହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୧୧ ବର୍ଷରେ ବିବାହ ଏବଂ ୨୨ ବର୍ଷରେ ବୈଧବକୁ ଆପଣାଇ ଚାରି ସନ୍ତାନକୁ ଖୁବ୍ କଷ୍ଟରେ ପାଳିଥିଲେ ମସ୍ତନମ୍ମା । ୪ ସନ୍ତାନ ମଧ୍ୟରୁ ମହାମାରୀ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶେଷ ସନ୍ତାନର ଆଖି ନଷ୍ଟ ହୋଇଯାଇଥିଲେ ମଧ୍ୟ ନାତି ଏବଂ ବୋହୂପୁଅଙ୍କୁ ଧରି ଏକାଠି ରହୁଥିଲେ ମସ୍ତନମ୍ମା । ୨୦୧୬ ମସିହାରେ କଣ୍ଟ୍ରି ଫୁଡସ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ମସ୍ତନମ୍ମାଙ୍କ ନାତି ଆରମ୍ଭ କରିଥିଲେ ଯେଉଁଥିରେ ତାଙ୍କ ରୋଷେଇ ଭିଡିଓକୁ ଲୋକ ଖୁବ୍ ପସନ୍ଦ କରିଥିଲେ । ଦେଶୀ ଅନ୍ଦାଜରେ ଖାଦ୍ୟକୁ ପ୍ରସ୍ତୁତ କରିବାର ଅଦ୍ଭୁଦ କଳାକୁ ଦର୍ଶକଙ୍କୁ ଶିଖାଉଥିଲେ ମସ୍ତନମ୍ମା । ତେବେ ତାଙ୍କର ବିୟୋଗ ପ୍ରଶଂସକଙ୍କ ପାଇଁ ଦୁଃଖ ଆଣିଦେଇଛି ।