ପଞ୍ଚାୟତ ଅଫିସର ନାହିଁ ନିଜସ୍ୱ ଘର: ଭଡା ଘରେ ଚାଲିଛି କଣାସ ବ୍ଲକର ୧୦ଟି ପଞ୍ଚାୟତ କାର୍ଯ୍ୟାଳୟ

76

କନକ ବ୍ୟୁରୋ: ସରକାର ଭୂମିହିନଙ୍କୁ ଜମି ଯୋଗାଇ ଦେଉଛନ୍ତି, ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି, କିନ୍ତୁ ସରକାରୀ କାର୍ଯ୍ୟାଳୟ ପାଇଁ ଜାଗା ନାହିଁ କି ଘର ନାହିଁ । ତେଣୁ ଭଡା ଘରେ ଚାଲିଛି ପଂଚାୟତ ଅଫିସ । ପୁରୀ ଜିଲ୍ଲା କଣାସ ବ୍ଲକରେ ୧୦ଟି ପଂଚାୟତର ନିଜସ୍ୱ କାର୍ଯ୍ୟାଳୟ ନାହିଁ ।

ରାଜ୍ୟ ସରକାର ଗ୍ରାମ ପଚାଂୟତର ଭିତିଭୁମିର ବିକାସ ପାଇଁ କୋଟି କୋଟି ଖର୍ଚ କରୁଛନ୍ତି । ଭୂମୀହିନକୁ ଜମି ପଟା ଯୋଗାଇ ଦେବା ସହ ଘର ପାଇଁ ଆର୍ଥିକ ଅନୁଦାନ ଦେଉଛନ୍ତି । ହେଲେ ପ୍ରଶାସନିକ ସ୍ତରରେ ଦାୟିତ୍ୱହୀନତା ଯୋଗୁଁ ଭଡ଼ା ଘରେ ଚାଲିଛି ପଂଚାୟତ ଅଫିସ । ପୁରୀ ଜିଲ୍ଲା କଣାସ ବ୍ଲକରେ ୨୮ଟି ପଂଚାୟତ ରହିଛି । ସେଥିମଧ୍ୟରୁ ୧୦ଟି ପଂଚାୟତର ନିଜସ୍ୱ କାର୍ଯ୍ୟାଳୟ ନାହିଁ ।

ବିନ୍ଧଣ, ଚୁପୁରୁଙ୍ଗିି, ଗଡ଼ବଳଭଦ୍ରପୁର, ଅଁଳାଯୋଡି, ଗଡଖାରଦ ଭଳି ୫ଟି ପଚାଂୟତ କାର୍ଯ୍ୟାଳୟ ଭଡା ଘରେ ଚାଲିଛି । ସେହିପରି ଗଡିସାଗୋଦା ପଂଚାୟତ ଚାଲିଛି ମାର୍କେଟ କମ୍ପେକ୍ସରେ । ସେହିପରି କଣାସ ପଂଚାୟତ କୋର୍ଟ ପରିସରରେ, ଦୋଛିଁଆ ପଂଚାୟତ ମିସନ ସକ୍ତି ଘରେ, ଗଡସାନପୁଟ ଓ ବଡସାନପୁଟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି । ପଂଚାୟତ କାର୍ଯ୍ୟାଳୟର ନିଜସ୍ୱ ଜମି ନଥିବାରୁ ପଂଚାୟତ ବିକାଶ କାମ ଭଡା ଘରେ ଚାଲିଥିବା କହିଛନ୍ତି ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ।

ପଂଚାୟତସ୍ତରରେ ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଗୁରୁତ୍ୂ ଦେଉଛନ୍ତି । ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟମାନ କରାଯାଉଥିବା ବେଳେ ପଂଚାୟତ କାର୍ଯ୍ୟାଳୟର ନିଜସ୍ୱ ଘର ନାହିଁ, ଯାହା ପରିତାପର ବିଷୟ ।