ବାବା ଆଖଣ୍ଡଳମଣିଙ୍କ ବିବାହ ପାଇଁ ପ୍ରସ୍ତୁତି । ଅଜ୍ଞାମାଳ ଆଣିବା ପରେ ଉଠିଲା ଲଗ୍ନଥାଳ,ଜୁନ୍ ମାସରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ଧୁମଧାମରେ ହେବ ଦେବ ଦମ୍ପତିଙ୍କ ବିବାହ ।

55

କନକବ୍ୟୁରୋ: ଯୋଡି ମୁହୁରୀ ସହ ବିଭିନ୍ନ ବାଜା ରୋଷଣୀ ରେ କମ୍ପୁଛି ପରିବେଶ । ଦେବ ଦମ୍ପତିଙ୍କ ବିବାହ ନେଇ ସବୁଠି ଉତ୍ସାହ । ଆରଡିର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ବିବାହ ପାଇଁ ଲଗ୍ନଥାଳ ଉଠିଛି । ଲଗ୍ନ ନିର୍ଦ୍ଧାରଣ କରି ବାବାଙ୍କୁ ବଡସିଂହାର ବେଶରେ ସଜାଯାଇଥିଲା । ଆଉ ତାପରେ ଅଜ୍ଞାମାଳ ଅଣାଯାଇ ପ୍ରସିଦ୍ଧ ଶିବ ବିବାହ ପାଇଁ ଲଗ୍ନଥାଳ ଉଠିଛି । ଦେବଦମ୍ପତିଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ମହୁରୀ ସାଙ୍ଗକୁ ଘଂଟଘଂଟାରେ ପ୍ରକମ୍ପିତ ହେଉଛି ପରିବେଶ । ଉତ୍ସବ ମୁଖର ହୋଇଉଠିଛି ପୁରା ପରିବେଶ । ସମ୍ପ୍ରୁ୍ଣ୍ଣ ପାରମ୍ପରିକ ରୀତିନୀତିର ସହ ବାବା ଆଖଣ୍ଡଳମଣିଙ୍କ ବିବାହ ପାଇଁ ଲଗ୍ନଥାଳ ଉଠିଛି । ଆରଡିର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ହେବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ହୋଇଗଲାଣି । ଲଗ୍ନ ନିର୍ଦ୍ଧାରଣ କରି ବାବାଙ୍କୁ ବଡସିଂହାର ବେଶରେ ସଜାଯାଇଥିଲା ।

ଆଉ ତାପରେ ଅଜ୍ଞାମାଳ ଅଣାଯାଇ ପ୍ରସିଦ୍ଧ ଶିବ ବିବାହ ପାଇଁ ଲଗ୍ନଥାଳ ଉଠିଛି । ଯୋଡି ମୁହୁରୀ ସହ ବିଭିନ୍ନ ବାଜା ରୋଷଣୀ ଭିତରେ ଲଗ୍ନଥାଳକୁ ନଗର ପରିକ୍ରମା କରାଯାଇଥିଲା । ପରେ ଭକ୍ତ ଓ ସେବାୟତଙ୍କ ଗହଣରେ ଲଗ୍ନଥାନ କନ୍ୟା ପିତାଙ୍କ ଘରକୁ ଯାଇଥିଲା । ସେଠାରେ ଦେବଦମ୍ପତିଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ ସହ ପାଣି ଗ୍ରହଣ ନୀତିର ସମୟ ନିର୍ଦ୍ଧାରଣ କରାଯାଇଥିଲା । କନ୍ୟାଙ୍କ ଘରେ ସମସ୍ତ ନୀତି ସରିଯିବା ପରେ ପୁଣି ଥରେ ବର ପିତାଙ୍କ ଘରକୁ ବାହୁଡିଥିଲା ଲଗ୍ନ ଚିଟାଉଥାଳ । ଏହା ପରେ ଲଗ୍ନଥାଳକୁ ସ୍ୱାଗତ କରାଯାଇ ଲଗ୍ନ ଚିଟାଉ ପାଠ ସହ ଗୁଆ ମଙ୍ଗୁଳା ନୀତି କରାଯାଇଥିଲା । ଏହି ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣ ପତ୍ର ସବୁ ପଡୋଶୀ ଜିଲ୍ଲାର ସମସ୍ତ ଦେବାଦେବୀଙ୍କୁ ବଂଟନ କରାଯିବ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଦେବ ଦମ୍ପତିଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଆରମ୍ଭ ହୋଇଗଲାଣି । ସବୁ କାର୍ଯ୍ୟ ସମ୍ପନ୍ନ ପରେ ଆସନ୍ତ ଜୁନ୍ ମାସ ୧୧ ତାରିଖରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ।