ବିଜେପି ନେତାଙ୍କୁ ନିଆରା ଶୈଳୀରେ ବିଜେଡିର ଟାର୍ଗେଟ । ଏସସିବି ମନସ୍ତାତ୍ୱିକ ବିଭାଗରେ ଦେଖାଇବାକୁ ପରାମର୍ଶ । ଲିଷ୍ଟରେ ଅଛନ୍ତି ବିଜେପିର ୪ ଜଣ ନେତା…

180

କନକ ବ୍ୟୁରୋ: ବିଜେପି ନେତାଙ୍କୁ ନିଆରା ଶୈଳୀରେ ଟାର୍ଗେଟ କଲେ ବିଜେଡି ନେତା । ଓଡିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବାକୁ ଏସସିବି ମନସ୍ତାତ୍ୱିକ ବିଭାଗକୁ ଲେଖିଲେ ଚିଠି । ଏକ ପ୍ରେସ୍ ରିଲିଜ୍ ଯୋଗେ ବିଜେପି ନେତାଙ୍କ ତାଲିକା ଦେଇଛି ବିଜେଡି । ଆଉ ଏଥିରେ କିଛି ନେତାଙ୍କ ନାଁ ମଧ୍ୟ ରଖିଛି ବିଜେଡି । ବିଜେଡି ପ୍ରେସ ରିଲିଜରେ କହିଛି ଯେ, ତାଙ୍କ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଆମେ ଗଭୀର ଭାବେ ଚିନ୍ତିତ । ୨୦୨୪ ନିର୍ବାଚନ ବହୁତ ଖରାପ ଭାବରେ ହାରିଥିବାକୁ ଯାଉଥିବାରୁ, ସେମାନେ ନିଜ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ବାଚଳାମି କରୁଛନ୍ତି ବୋଲି କହିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାଁ ଉଲ୍ଲେଖ କରି ସେମାନଙ୍କର ଚିକିତ୍ସା କରିବାକୁ କହିଛି ବିଜେଡି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ବିଜେପି ନେତାଙ୍କ ପ୍ରତିକ୍ରିୟା ଆସିନାହିଁ ।