ଚୋରି ହୋଇଗଲା ଭେଙ୍କିୟା ନାଇଡୁଙ୍କ ଚପଲ ! ବିଜେପି ସାସଂଦଙ୍କ ଘରକୁ ପ୍ରାତଃଭୋଜନରେ ଯାଇଥିବା ବେଳେ ଘଟିଥିଲା ଏପରି ଘଟଣା

53

ଚୋରି ହୋଇଗଲା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କ ଚପଲ । ମନ୍ଦିରରେ ଓ ମେଳାରେ ଚପଲ ହଜିବା କଥା ଆପଣ ଶୁଣିଥିବେ । ଆଉ ଏହା ଭାରତୀୟଙ୍କ ପାଇଁ କିଛି ଆଶ୍ଚର୍ଯ୍ୟକର କଥା ନୁହେଁ । ଚପଲ ଚୋରି ହେବା ଆମ ଦେଶରେ ଏକ ନିହାତି ସାଧାରଣ କଥା । କିନ୍ତୁ ଜଣେ ଉପରାଷ୍ଟ୍ରପତିଙ୍କ ଚପଲ ଚୋରି ହେବା ନିଶ୍ଚୟ ଆଶର୍ଯ୍ୟକର କଥା । କ୍ବେଳ ଆଶ୍ଚର୍ଯ୍ୟକର ନୁହେଁ ଏହା ଏକ ଲଜ୍ଜାଜନକ ବିଷୟ ମଧ୍ୟ । ବେଙ୍ଗାଲୁରୁର ଜଣେ ବିଜେପି ସାସଂଦଙ୍କ ଘରକୁ ଯାଇଥିବାବେଳେ ଏପରି ଅଭାବନୀୟ ଘଟଣା ଘଟିଛି ।

venkaiah-naiduତେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏଘ ଘଟଣାନେଇ ବେଶ ଅପମାନିତ ଅନୁଭବ କରିଥିଲେ । ସୂଚନା ଅନୁସାରେ ବେଙ୍ଗାଲୁରୁର ଜଣେ ବିଜେପି ସାଂସଦଙ୍କ ଘରକୁ ସେ ପ୍ରାତଃଭୋନନ ପାଇଁ ଯାଇଥିବା ବେଳେ ଏପରି ଘଟଣା ଘଟିଛି । ଭେଙ୍କୟା ନାଇଡ଼ୁ ବର୍ତ୍ତମାନ କିଛି ସରକାରୀ କାମରେ ବେଙ୍କାଲୁରେ ଅଛନ୍ତି । ଆଉ ସେଠାରେ ତାଙ୍କର ଶୁଭଚିନ୍ତକ ତଥା ବିଜେପି ସାସଂଦ ପିସି ମୋହନଙ୍କ ଘରକୁ ସେ ସାକ୍ଷାତ ପାଇଁ ଯାଇଥଲେ । କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ଓ କିଛି ବିଜେପି ବିଧାୟକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଏଥିରେ ସାମିଲ ଥିଲେ ।

ଫେରିବା ସମୟରେଜୋତା ନପାଇ ଭେଙ୍କିଆ ନାଇଡ଼ୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଉପରାଷ୍ଟ୍ରପତିଙ୍କ ଜୋତା ଖୋଜିବା ପାଇଁ ସେଠାରେ ଥିିବା ଗାର୍ଡ଼ ଓ ତାଙ୍କର ସହହଯୋଗୀମାନେ କୌଣସି ସ୍ଥାନ ଛାଡ଼ି ନଥିଲେ । ତଥାପି ମିଳିଲାନି ଉପରାଷ୍ଟ୍ରପତିଙ୍କ ଚପଲ । ଭେଙ୍କିୟା ନାଇଡ଼ୁଙ୍କୁ ଦେଖିବା ପାଇଁ ଉକ୍ତ ସାସଂଦଙ୍କ ଘର ବାହାରେ ଅନେକ ଲୋକ ରୁଣ୍ଡ ହୋଇଥିିଲେ । ଆଉ ଭୁଲବଶତଃ କାହା ସହ ଚପଲ ବଦଳିଯାଇଥିବାର ମଧ୍ୟ ସନ୍ଦେହ ହେଉଛି । ତେେେ ଏପରି ଲଜ୍ଜାଜନକ ଘଟଣା ପରେ ଭେଙ୍କିଆଙ୍କ ସହଯୋଗୀ ମାନେ ତୁରନ୍ତ ଏକ ସୋରୁମକୁ ଯାଇ ହଳେ ନୂଆ ଜୋତା ଆଣିଥିଲେ । କାରଣ ତାଙ୍କୁ ଆଉ ଏକ ବୈଠକରେ ତୁରନ୍ତ ଯୋଗ ଦେବାର ଥିଲା ।