ପଶ୍ଚିମ ଓଡିଶାର ନିଆରା ପର୍ବ ଡାଲଖାଇ : ଭଉଣୀମାନେ କରନ୍ତି ଭାଇ ପାଇଁ ଭାଇଜିଉଁନ୍ତିଆ ଓଷା

323

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ପୁରୁଣା ସଂସ୍କୃତି ପ୍ରାୟ ଲୋପ ପାଇବାକୁ ବସିଥିବା ବେଳେ ଅନେକ ଛୋଟ ଛୋଟ ଗାଉଲି ଗାଁରେ ଆଜି ପDALKHAI 1ର୍ଯ୍ୟନ୍ତ ନିଜର ସଂସ୍କୃତି ଓ ପରମ୍ପରାକୁ ଜୀବିତ ଭାବରେ ବଞ୍ଚାଇ ରଖିଛନ୍ତି ଏମାନେ । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ହରିଶଙ୍କରର ଜଙ୍ଗଲ ପାହାଡ ଭରା ଅପାନ୍ତ ଆଦିବାସୀ ଅଞ୍ଚଳ ବେନକେରା ତଥା ଆଖ ପାଖରେ ହୁଏ  ଡାଲଖାଇ । ଏହି ପରମ୍ପରା ଏବଂ ସଂସ୍କୃତି ମଧ୍ୟରେ ଦଶହରା ମାସର ଡାଲଖାଇ ଅନ୍ୟତମ । ଏହି ଡାଲଖାଇ ପରମ୍ପରାରେ ଛୋଟ ବଡ ଧଙ୍ଗଡା ଧାଙ୍ଗଡି ମାନେ ସାମିଲ ହୋଇଥାନ୍ତି ।

ଦିନତମାମ୍ ଉପବାସ ରହି ଦୁର୍ଗା ମା’ଙ୍କୁ ମନରେ ଧ୍ୟାୟି ଏମାନେ ରାସ୍ତା କଡରେ କଳସ ଉପରେ ନଡିଆ ତଳେ ଅରୁଆ ଚାଉଳ ରଖି ଡାଲଖାଇ ପର୍ବକୁ ଆରମ୍ଭ କରନ୍ତି । ସାଙ୍ଗରେ ତାଙ୍କର ବାଜା ବାଲା ତଥା ମୁହୁରିଆ ସାଙ୍ଗରେ ଢୋଲ, ନିଶାନ ଧରି ପାଦକୁ ପାଦ ମିଶାଇ ଡାଲଖାଇ ଗୀତ ପରିବେଶନ କରି ଗୀତ ଗାଇ ଚାଲନ୍ତି ଅନେକ ଡାଲଖାଇ ଗୀତ । ପ୍ରକୃତରେ ଏମାନେ କେତେ ନିରୀହ, ନିଷ୍କପଟ ।  ମନ କେତେ ଖୋଲା, ହୃଦୟ କେତେ ପବିତ୍ର। ଏମାନଙ୍କ ମନରେ ପ୍ରକୃତ ଭାତୃ ସ୍ନେହ ଅଛି । ଯେଉଁଥି ପାଇକି ନିଜ ଭାଇର ମଙ୍ଗଳ କାମନା ପାଇଁ ମାଁ ଦୁର୍ଗାଙ୍କ ଠାରେ ମା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ହିଁ ହେଉଛି ଉଚିତ ମାର୍ଗ ।

DALKHAI 2ଏହି ମାର୍ଗରେ ହି ମାଁଙ୍କୁ ସନ୍ତୁଷ୍ଟ କରି ହେବ ଏବଂ ତାଙ୍କ ମନଷ୍କାମନା ପୂର୍ଣ୍ଣ ହେବ । ଏହି ଡାଲଖାଇ ନାଚ ପରିବେଷଣ ଭିତରେ ପୁଣି ଆଉ ଗୋଟିଏ ପର୍ବ ଅଛି ଯେଉଟା କିଁ ରାସ୍ତା ଉପରେ ଯାଉଥିବା ଯାତ୍ରୀଙ୍କର ଗାଡି ଅଟକାଇ ସେମାନଙ୍କୁ ଗୀତ ମାଧ୍ୟମରେ ଭାଇ ଦାଦା ସମ୍ବୋଧନ କରି ଚାନ୍ଦା ମାଗି ଥାନ୍ତି ଏବଂ କାହାକୁ ଯୋର ଜବଦସ୍ତ କରି ନଥାନ୍ତି । ଯିଏ ଯେତେ ଦେଲା ତାକୁ ଗ୍ରହଣ କରି ଆନନ୍ଦରେ ଗ୍ରହଣ କରିଥାନ୍ତି ଏବଂ ଗୀତ ମାଧ୍ୟମରେ ମା ତୁମର ମଙ୍ଗଲ କାମନା କରିବେ ବୋଲି କହିଥାନ୍ତି ।

ଏଇ ଡାଲଖାଇ ପର୍ବ ଚାଲେ  ପ୍ରାୟ ସଂନ୍ଧ୍ୟା ୫ ଟା ପର୍ଯ୍ୟାନ୍ତ । ଏହି  ପର୍ବ ଶେଷ ହେଲା ପରେ ସମସ୍ତ ଝିଅ ସହିତ ବୃଦ୍ଧାମାନେ ମଧ୍ୟ କଳସ ମୁଣ୍ଡରେ ଧରି ଦାନ୍ତକାଠି,ଧରି ଗାଧୋଇଯାନ୍ତି । ଗାଧୋଇଯିବା ଆଗରୁ ସରପଞ୍ଚ ଗନ୍ତିଆ ମେମ୍ବର ତଥା ମୁଖୀଆ ଘରକୁ ଯାଇ ଅର୍ଦଲୀ କରନ୍ତି । ଏମାନଙ୍କର ଅର୍ଦଲୀକୁ ସେମାନେ ପୂରଣ ମଧ୍ୟ କରିଥାନ୍ତି । ଏହି ପଟିଆର ସାଧାରଣତଃ ବାହାରେ ବାଜା ଗଜା ସହିତ । ଗାଧୋଇ ସାରିବା ପରେ ସମସ୍ତେ ଶୁଦ୍ଧ ଜଳ ଧରି ହୁଲାହୋଲି ଦେଇ ବାଜା ଗଜା ଧରି ପୁଣି ଗ୍ରାମ ଅଭିମୁଖେ ଯାତ୍ରା କରନ୍ତି । ଏହି ଯାତ୍ରା ହୁଏ ଦୁର୍ଗା କୋଠି ଆଡକୁ । ଦୁର୍ଗା କୋଠିର ଅର୍ଥ ହେଲା ଯେ ଯେଉଁଠାରେ ଦୁର୍ଗାର ଚିତ୍ର ଅଙ୍କନ କରାଯାଏ ସେହିଠାରେ ଦୁର୍ଗାପୂଜା କରାଯାଏ । ଏହା ସାଧାରଣତଃ ଗୋଟିଏ କାନ୍ଥରେ ଅଙ୍କନ କରାଯାଇଥାଏ ।

DALKHAI 4ପୂଜା ପ୍ରାୟ ରାତ୍ରିରେ କରନ୍ତି । ଦୁଇରୁ ତିନି ଘଣ୍ଟା ପର୍ଯ୍ୟାନ୍ତ ପୂଜା ଚାଳେ । ପୂଜା ସମୟରେ ମାଁଙ୍କ ପାଇଁ ଫୁଲ, ମନ୍ଦାର, ଧୂପ, ନଡିଆ, ସିନ୍ଦୁର,  ଖଇର, ଯୋଗାର, ୨୧ ପ୍ରକାର ଫଳଫୁଲ, ଏପରିକି ବେଳ ପତ୍ର ଧୂପ ଦୀପ ନୈବେଦ୍ୟରେ ମା’ଙ୍କୁ ସନ୍ତୁଷ୍ଟ କରିଥାନ୍ତି । ପୂଜା ସରିଗଲା ପରେ ସେମାନେ ନିଜ ନିଜର ଘରକୁ ଯାନ୍ତି । ଏ ଉପବାସ ପ୍ରାୟ ଏମାନେ ନିର୍ଜଳା ରହି କରିଥାନ୍ତି । ଆରଦିନ ପ୍ରାୟ ସକାଳ ୪ ଟାରୁ ଉଠି ସମସ୍ତେ ନଦୀ କିମ୍ବା ପୋଖରୀକୁ ଯାଇ କାକୁଡିର ଚକି ଏବଂ ଅଫାମାର୍ଗ କାଠିକୁ  ମାଟିରେ ପୋତି ଫୁଲ, ଫଳ, ଜୁଗାର, ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ।

ଏହାପରେ ଘରକୁ ଆସି ଭାଇ ମାନଙ୍କୁ ବନ୍ଦାପଣା କରି ଜିଉଁତିଆ ଦେଇ ମା’ଙ୍କ ପ୍ରସାଦ ଦେଇଥାନ୍ତି ଏବଂ ଭାଇର ମଙ୍ଗଳକାମନା କରିଥାନ୍ତି । ଭାଇମାନଙ୍କୁ ନାନା ପ୍ରକାର ନୂତନ ବସ୍ତ୍ର, ସୁସ୍ୱାଦୁ ବ୍ୟଞ୍ଜନ ଦେଇ ଆପ୍ୟାୟିତ କରିଥାନ୍ତି । ଏହି ପର୍ବ ସରିଲା ପରେ ଭଉଣୀ ମାନେ ଖାଦ୍ୟ ଭକ୍ଷଣ କରିଥାନ୍ତି । ପ୍ରକୃତରେ ଏ ପରମ୍ପରା ଆମକୁ କିଛି ଶିକ୍ଷା ଦେଉନାହିଁକି? ଭାଇ ଓ ଭଉଣୀର ନିବିଡ ପ୍ରେମ ସବୁଦିନ ବଂଚି ରହିଥାଉ, ତେଣୁ ଏ ପର୍ବ ପ୍ରକୃତରେ ନିଆରା ପର୍ବ  ।