ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲସି ପିଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ !

29

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲସି ପିଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋଟିରେ ଗରମରୁ ମୁକ୍ତି ପାଇବା ପାଇଁ ଯୋଗୀଙ୍କ ସହିତ ଆଉ କିଛି ଦଳୀୟ ନେତା ଲସି ପିଇଛନ୍ତି ।

ଏହି ଫଟୋକୁ ନେଇ ଭାରତୀୟ ଜନତା ପାର୍ଟି ଓ ସମାଜବାଦୀ ପାର୍ଟିର ସମର୍ଥକମାନଙ୍କ ଭିତରେ ବିବାଦ ସୃଷ୍ଟି ହୋଇଛି । ସମାଜବାଦୀ ପାର୍ଟିର ନେତାମାନେ ଯୋଗୀଙ୍କ ଏହି ଫଟୋରେ ଅଖିଳେଶ ଯାଦବଙ୍କ ଦ୍ୱାରା ସ୍ଥାପିତ ଅମୂଲ ପ୍ଲାଂଟର ଲସି କେମିତି ଲାଗିଲା ବୋଲି କମେଂଟ କରିଛନ୍ତି ।

ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଖିଳେଶ ସରକାର ନିଜର କାର୍ଯ୍ୟକାଳ ସମୟରେ ଅମୂଲ ପ୍ଲାଂଟ ସ୍ଥାପନ କରିଥିଲେ । କିଛି ଲୋକ କମେଂଟ କରିଛନ୍ତି ଯେ, ଉତ୍ତରପ୍ରଦେଶରେ କ୍ଷୀରର ନଦୀ କେବେ ବହିବ ।