‘ଆଲ୍ଲା’ କହିଲେ କ’ଣ ଆତଙ୍କବାଦୀ ? ଛାତ୍ର କହିଲେ ଆଲ୍ଲା, ଶିକ୍ଷକ ଡକାଇଲେ ପୋଲିସ

32

ଶିଶୁକୁ ବି ଛାଡିଲେନି ଗୁରୁ । ସଜାଇଦେଲେ ଆତଙ୍କବାଦୀ । କ୍ଲାସରୁମରେ ସବୁ ଛାତ୍ରଙ୍କ ଆଗରେ ଶିକ୍ଷକ ଅପମାନିତ କଲେ ଜଣେ ଛଅ ବର୍ଷର ଛାତ୍ରକୁ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ସ୍କୁଲରେ । ଡାଉନ ସିଂଡ୍ରୋମ ରୋଗରେ ପୀଡିତ ଜଣେ ଛଅ ବର୍ଷର ଛାତ୍ର କ୍ଲାସ ରୁମରେ ବାରମ୍ବାର ‘ଆଲ୍ଲା’ ଶବ୍ଦ ଉଚ୍ଚାରଣ କରିବାରୁ ଶିକ୍ଷକ ତାକୁ ଆତଙ୍କବାଦୀ ବୋଲି ସମ୍ବୋଧନକରିବା ସହ ପୋଲିସକୁ ଡକାଇଥିଲେ । ଏହା ପରେ ଛାତ୍ରର ବାପା ସ୍କୁଲରେ ବାଛବିଚାର ବା ଭେଦଭାବ ରହିଥିବା ଅଭିଯୋଗ କରିଥିଲେ ।

ଛାତ୍ର ମହମ୍ମଦ ସୁଲେମାନଙ୍କ କହିବାନୁଯାୟୀ, ତାଙ୍କ ପୁଅ ଜନ୍ମରୁ ଡାଉନ ସିଂଡ୍ରୋମ ରୋଗରେ ପୀଡିତ ଥିଲେ ଓ ଏଥିପାଇଁ ତାଙ୍କ ପୁଅର ମୁଣ୍ଡରେ ନାନା ସମସ୍ୟା ଦେଖାଦେଇଥିଲା । ଟେକ୍ସାସ ସହରର ୟୁଷ୍ଟନ ଠାରୁ ପାଖାପାଖି କୋଡିଏ କିଲୋମିଟର ଦୂର ପିରଲ୍ୟାଣ୍ଡ ସ୍ଥିତ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ତାଙ୍କ ପୁଅ ପାଇଁ ପୋଲିସ ଡକାଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ସ୍କୁଲ ପକ୍ଷରୁ ପୋଲିସ ଅଧିକାରୀଙ୍କୁ କୁହାଯାଇଛି ଯେ ମହମ୍ମଦ କଥା କହିପାରେ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ମହମ୍ମଦଙ୍କ ବାପା । ସେ କହିଛନ୍ତି , ତାଙ୍କ ପୁଅର ମାନସିକ ଅବସ୍ଥା ଭଲ ନାହିଁ । ସେ ଆଦୌ କଥା କହିପାରେ ନାହିଁ ।

ଛାତ୍ରର ବାପା କହିଛନ୍ତି, ତାଙ୍କ ପୁଅକୁ ଆତଙ୍କବାଦୀ ବୋଲି କୁହାଯାଇଛି । ଏହା ଏକ ନିନ୍ଦନୀୟ ଘଟଣା । ଏହା ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭେଦଭାବ ଥିବା ଜଣାପଡୁଛି । ପିରଲ୍ୟାଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି, ତଦନ୍ତ ଶେଷ ହୋଇଛି । ଅଧିକ ତଦନ୍ତର ଆବଶ୍ୟକତା ନାହିଁ । ସେପଟେ ଆଂଚଳିକ ଶିଶୁ ସୁରକ୍ଷା ସେବା ବିଭାଗ ତଦନ୍ତ ଚାଲୁ ରହିଥିବା କହିଛି ।

ସୌଜନ୍ୟ: ଆଜତକ