ଇଟାଭାଟିରୁ ମିଳିଲା ନିଖୋଜ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କ ଅଧାପୋଡା ଶବ

21

ପାଳଲହଡା : ଇଟାଭାଟିରୁ ମିଳିଲା ନିଖୋଜ ଶିକ୍ଷୟିତ୍ରୀଙ୍କ ଅଧାପୋଡା ଶବ । ପାଳଲହଡା ଥାନା ବନ୍ଧାଭୂଇଁ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବନ୍ଧାଭୂଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୁନି ସଏଙ୍କ ଅଧାପୋଡା ଶବ କଖାରୁଆ ନଦୀ ମୁଦିପିନ୍ଧାଣୀ ଘାଟ ନିକଟସ୍ଥ ଏକ ଇଟାଭାଟିରୁ ଜବତ କରାଯାଇଛି ।

ଗତ ୧୩ ତାରିଖରେ ସ୍କଲରୁ ସ୍କୁଟି ଯୋଗେ ନିଜ ଘର ଗୋପପୁରକୁ ଫେରୁଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ଏ ସଂପର୍କରେ ୧୪ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା । ଗତ ୨୫ ତାରିଖରେ କଖାରୁଆ ନଦୀ ଅର୍ଜୁନ ଘାଟରୁ ପୋଲିସ ମୁନିଙ୍କ ସ୍କୁଟି, ଶାଢି, ଭ୍ୟାନିଟି ବ୍ୟାଗ୍ ଓ ପଟେ ଚପଲ ଉଦ୍ଧାର କରିଥିଲା ।

ଏହା ସହ ଗତ ବୁଧବାର ତାଙ୍କ ଘର ନିକଟସ୍ଥ କାଜୁ ବଗିଚାରୁ ମୁନିଙ୍କ ଆଉ କିଛି ଜିନିଷ ମଧ୍ୟ ଉଦ୍ଧାର ହୋଇଥିଲା । ତେବେ ଗତକାଲି ମୁଦିପିନ୍ଧାଣୀ ଘାଟ ନିକଟସ୍ଥ ଇଟାଭାଟିରୁ ମୁନିଙ୍କ ଗଳିତ ଉଲଗ୍ନ ମୃତଦେହ ଜବତ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛିା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ପାଳଲହଡା ଅଚଳ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହାସହ ଦେଖନ୍ତୁ ଏହି ଭିଡିଓ –