ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାନହାନି ମୋକଦ୍ଦମା କଲେ ତନୁଶ୍ରୀ ଦତ୍ତା : ୧୦କୋଟି ଟଙ୍କାର କ୍ଷତିପୂରଣ ଦାବି

37

ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାନହାନି ମୋକଦମା କରିଛନ୍ତି ତନୁଶ୍ରୀ ଦତ୍ତା । ୧୦କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମୋକଦ୍ଦମା କରିଛନ୍ତି । ମିଠୁ ଅଭିଯାନରେ ନାନାଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ ଆଣିବା ପରେ ତନୁଙ୍କୁ ଆକ୍ଷେପ କରିଥିଲେ ରାକ୍ଷୀ । ତନୁଶ୍ରୀଙ୍କୁ ସମାଲୋଚନା କରି ରାକ୍ଷୀ କହିଥିଲେ ତନୁଶ୍ରୀ ଡ୍ରଗ୍ସ ନେଇ ତାଙ୍କ ମେକଅପ୍ ଭ୍ୟାନରେ ପଡିଥିଲେ । ଏକ ଗୀତର ସୁଟିଂ ପାଇଁ ତାଙ୍କୁ ଯେତେ ଡାକିଥିଲେ ମଧ୍ୟ ସେଟ୍ ଭିତରୁ ତନୁ ବାହାରି ନଥିଲେ । ତେଣୁ ତନୁଙ୍କ ସ୍ଥାନରେ ନାନାଙ୍କ କହିବା ଅନୁଯାୟୀ ସେ ଡ୍ୟାନ୍ସ କରିଥିଲେ ବୋଲି କହିଥିଲେ ।

source-http://navbharattimes.indiatimes.com

ରାକ୍ଷୀଙ୍କ ଏହି ବୟାନକୁ ନେଇ କଡା ପଦକ୍ଷେପ ନେଇଛନ୍ତି ତନୁଶ୍ରୀ । ୨୦୦୮ ମସିହାରେ ଓକେ ହର୍ଣ୍ଣ ପ୍ଲିଜ୍ ସୁଟିଂ ସମୟରେ ନାନା ତାଙ୍କୁ ନିର୍ଯାତନ ଦେଇଥିଲେ ବୋଲି ମିଠୁ ଅଭିଯାନରେ ଅଭିଯୋଗ କରିଥିଲେ ତନୁଶ୍ରୀ । ତନୁଶ୍ରୀଙ୍କ ଅଭିଯୋଗକୁ ବହୁ ବଲିଉଡ୍ ଷ୍ଟାର ସମର୍ଥନ କରିଥିଲେ । କିନ୍ତୁ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାକ୍ଷୀ ତନୁଶ୍ରୀଙ୍କୁ ସମାଲୋଚନା କରିଥିଲେ । ନାନା ତନୁଶ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତନୁଶ୍ରୀଙ୍କ ବିରୋଧରେ ମାନହାନି ମକଦମା କରିଛନ୍ତି । ଆସନ୍ତା ୩୧ରେ ଏହି ମାମଲାର ଶୁଣାଣି ହେବ ।