ତିତଲି ପ୍ରଭାବରେ ନୌପଡା-ପାରଳାଖେମୁଣ୍ଡି ରେଳ ଚଳାଚଳ ଠପ୍ : ମରାମତି ଜାରି, ସ୍ୱାଭାବିକ ହେବାକୁ ଲାଗିବ ଆହୁରି ଦୁଇ-ତିନି ଦିନ

32

କନକ ବ୍ୟୁରୋ : ତିତଲି ଆଣିଦେଲା ଦୁଃଖ । ସାମୁଦ୍ରିକ ଝଡ ପ୍ରଭାବ ନୌପଡା-ପାରଳାଖେମୁଣ୍ଡି ରେଳ ଚଳାଚଳ ଠପ୍ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ଟେକଲି ରେଳଷ୍ଟେସନ ନିକଟବର୍ତ୍ତୀ ଅଚଂଳରେ ଟ୍ରାକ ଧୋଇହୋଇଯାଇଥିବାରୁ ଟ୍ରେନ ଚଳାଚଳ ଠପ୍ ହୋଇଯାଇଛି । ଫଳରେ ଗତ ୧୧ ତାରିଖରୁ ବନ୍ଦ ରହିଛି ଟ୍ରେନସେବା ବାଧାପ୍ରାପ୍ତ ହୋଇଛି । ରେଳ ଟ୍ରକ ମରାମତି କାମ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି ଓ ଦୁଇତିନି ମଧ୍ୟରେ ରେଳ ଚଳାଚଳ ସ୍ୱାଭାବିକ ହେବା ଆଶା କରାଯାଉଛି । ପାରଳାଖେମୁଣ୍ଡି ଷ୍ଟେସନରେ ଏହି ବାତ୍ୟା ଯୋଗୁଁ ୧୧ ଦିନ ହେଲା ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଏଥିପାଇଁ ଲୋକେ ରେଳ ବିଭାଗକୁ ଦାୟୀ କରିଛନ୍ତି । କାମ ମନ୍ଥର ଗତିରେ ଚାଲିଛି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି ।

ସେପଟେ ତିତଲି ପ୍ରଭାବରେ ଭାଙ୍ଗି ଥିବା ଘର ଲୋକଙ୍କୁ କ୍ଷତିପୂରଣ ମିଳିବା ସହ ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ମିଳିବ। ତିତଲି ପ୍ରଭାବରେ ଗାଈ ମୃତ୍ୟୁ ହୋଇଥିବା ପରିବାରକୁ ୩୦ ହଜାର ଓ ବଳଦ ମୃତ୍ୟୁ ପରିବାରକୁ ୨୫ ହଜାର ଟଙ୍କା ପର‌୍ୟ୍ୟନ୍ତ କ୍ଷତିପୂରଣ ସହାୟତା ରାଶି ମିଳିବ। ସେହିପରି ଯଦି ଛେଳି କିମ୍ବା ମେଣ୍ଢା ମରିଥିଲେ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ଡେପୁଟି ଏସଆରସି ସୂଚନା ଦେଇଛନ୍ତି । ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୯୫ ହଜାର ଟଙ୍କା ସହାୟତା ଦିଆଯିବ। ପାହାଡିଆ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୧ହଜାର ୯୦୦ ଟଙ୍କା ମିଳିବ । ଏହା ସହ କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୩ ହଜାର ୨ ଶହ ଓ ପକ୍କା ଘର ଭାଙ୍ଗିଥିଲେ ୫ ହଜାର ୨ ଶହ ଟଙ୍କା ମିଳିବ । ଏପରିକି ବାସନକୁସନ ଓ ଲୁଗାପଟା ନଷ୍ଟ ହୋଇଥିଲେ ୩୮ ଶହ ଟଙ୍କା ଆର୍ଥିକ ସହାୟତ ମିଳିବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଏସଆରସି ।