ପ୍ରଥମ ବିଶ୍ୱ ଯୁଦ୍ଧର କରୁଣ ଚିତ୍ର ! ମୂତ୍ର ଭିଜା କପଡାକୁ ମୁହଁରେ ବାନ୍ଧି ଲଢିବାକୁ ବାଧ୍ୟ ହେଉଥିଲେ ସୈନିକ

105

ଅତ୍ୟନ୍ତ ଲୋମହର୍ଷଣକାରୀ ତଥା ହୃଦୟବିଦାରକ ଯୁଦ୍ଧ ଥିଲା ପ୍ରଥମ ବିଶ୍ୱ ଯୁଦ୍ଧ । ଯାହାର ଆରମ୍ଭ ହୋଇଥିଲା ୨୮ ଜୁଲାଇ ୧୯୧୪ ମସିହାରେ । ଅଷ୍ଟ୍ରିୟା ଦ୍ୱାରା ସର୍ବିୟା ଉପରେ ଆକ୍ରମଣକୁ କେନ୍ଦ୍ରକରି ଆରମ୍ଭ ହୋଇଥିଲା ଏହି ଲୋମହର୍ଷକ ଲଢେଇ । ଯାହା ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଚାରି ବର୍ଷ ଧରି ଅର୍ଥାତ୍ ୧୯୧୪ରୁ ୧୯୧୮ ଯାଏଁ ଚାଲିଥିଲା । ଆଉ ଏଥିରେ ସାମିଲ ହୋଇଥିଲେ ୩୦ରୁ ଅଧିକ ଦେଶର ବୀର ଯବାନମାନେ ।

ପ୍ରଥମ ବିଶ୍ୱ ଯୁଦ୍ଧ ଅଷ୍ଟ୍ରିୟାର ରାଜକୁମାରଙ୍କୁ ବସ୍ତିୟାର ରାଜଧାନୀ ସେରାଜାଭୋଠାରେ ହତ୍ୟା କରାଯିବାକୁ ନେଇ ସୃଷ୍ଟି ହୋଇଥିଲା । ତେବେ ଯୁଦ୍ଧ ସମୟରେ କୁକୁରମାନଙ୍କୁ ହିଁ ଦୂତ ଭାବେ ବ୍ୟବହାର କରାଯାଉଥିଲା । କୁକୁର ଶରୀରରେ କ୍ୟାପସୁଲ ଲଗାଯାଇ ଯୁଦ୍ଧ ସଂପର୍କିତ ସମସ୍ତ ସୂଚନାର ଆଦାନ-ପ୍ରଦାନ କରାଯାଉଥିଲା ।

ପ୍ରଥମ ବିଶ୍ୱ ଯୁଦ୍ଧରେ ୩୦ଟି ଦେଶର ପାଖାପାଖି ସାଢେ ଛଅ କୋଟି ସୈନିକ ଭାଗ ନେଇଥିଲେ ଯେଉଁଥିରେ ୧କୋଟି ସୈନିକଙ୍କ ପ୍ରାଣ ହାନୀ ଘଟିଥିଲା । ଏହି ଦେଶମାନଙ୍କ ମଧ୍ୟରୁ ପଡୋଶୀ ଦେଶମାନେ ୬୦ ଲକ୍ଷ ସୈନିକ ଏବଂ ଅନ୍ୟ ରାଜ୍ୟମାନେ ପାଖାପାଖି ୪୦ ଲକ୍ଷ ସୈନିକ ହରାଇ ବସିଥିଲେ ।

ଯୁଦ୍ଧ ପରେ ଜର୍ମାନୀରେ ପୁରୁଷମାନଙ୍କର ସଂଖ୍ୟା ଏତେ ମାତ୍ରାରେ ହ୍ରାସ ପାଇବସିଥିଲା କି ପ୍ରତି ୩ଜଣ ମହିଳାଙ୍କୁ ଜଣେ ହିଁ ସ୍ୱାମୀ ମିଳୁଥିଲା । ଏହି ଯୁଦ୍ଧରେ ପ୍ରତ୍ୟେକ ୩ ଜଣ ଲୋକଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଯେଉଁମାନଙ୍କ ମଧ୍ୟରେ ଅଧିକତର ମୃତ୍ୟୁର କାରଣ ଥିଲା ସଂକ୍ରମିତ ରୋଗ ।

ପ୍ରଥମ ବିଶ୍ୱ ଯୁଦ୍ଧ ଚାଲିଥିବା ସମୟରେ ଯେଉଁ ରୋଗର ଆର୍ବିଭାବ ହୋଇଥିଲା ତାହା ଥିଲା ‘ସ୍ପାନିସ୍ ଫ୍ଲୁ । ମୃତ୍ୟୁ ବରଣ କରିଥିବା ସମସ୍ତ ସୈନିକଙ୍କ ମଧ୍ୟରୁ ଅଧିକାଂଶ ସୈନ୍ୟଙ୍କ ମୃତ୍ୟୁ ଏହି ରୋଗ କାରଣରୁ ହିଁ ହୋଇଥିଲା । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଯୁଦ୍ଧର ମୋଟ୍ ଖର୍ଚ୍ଚ ୩୦ ବିଲିୟନ ଡଲାରରୁ ବି ଅଧିକ ଥିଲା ।

ଯୁଦ୍ଧ ସମୟରେ ପାଖାପାଖି ୩୦ଟି ଭିନ୍ନ ଭିନ ପ୍ରକାରର ବିଷାକ୍ତ ଗ୍ୟାସ ଛଡାଯାଇଥିଲା । ଯାହାଦ୍ୱାରା ଏହି ବିଷାକ୍ତ ଗ୍ୟାସରୁ ବଂଚିବା ପାଇଁ ସୈନିକମାନେ ଆପାତକାଳୀନ ପରିସ୍ଥିତିରେ ମୁହଁରେ ମୂତ୍ରରେ ଭିଜାଯାଇଥିବା କପଡାକୁ ବାନ୍ଧିବାକୁ ବାଧ୍ୟ ହୋଇଥିଲେ । ତେବେ ୧୯୧୮ରେ ସୈନିକମାନଙ୍କୁ ଏଥିପାଇଁ ଗ୍ୟାସ ମାକ୍ସ ବିତରଣ କରାଯାଇଥିଲା ।

ପ୍ରଥମ ବିଶ୍ୱ ଯୁଦ୍ଧ ପରେ ହଜାର ହଜାର ସୈନିକ କ୍ଷତିଗ୍ରସ୍ତ ହେବା ସହ ଅପଙ୍ଗ ତଥା ଶାରୀରିକ ଅକ୍ଷମ ହୋଇଯାଇଥିବାବେଳେ କିଛି ଯବାନଙ୍କ ବାକି ଜୀବନ ଡାକ୍ତରଖାନା ବେଡରେ ହିଁ ଚାଲିଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ପ୍ରଥମ ବିଶ୍ୱ ଯୁ୍ଦ୍ଧରେ ଭାରତର ପାଖାପାଖି ୮ ଲକ୍ଷ ସୈନିକ ବୀର ଭଳି ଲଢିଥିଲେ ଆଉ ଯେଉଁମାନଙ୍କ ମଧ୍ୟରୁ ୪୭୭୪୬ ହଜାର ସୈନିକଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୫୦୦୦ କୋଟି ଆହତ ହୋଇଥିଲେ । ଏହି ଯୁଦ୍ଧ କାରଣରୁ ଭାରତର ଅର୍ଥବ୍ୟବସ୍ଥା ପାଖାପାଖି ଦେବାଳିଆ ପରିସ୍ଥିତିରେ ଚାଲି ଆସିଥିଲା ।

ସୌଜନ୍ୟ: ଆଜତକ୍