ଯୌନ ପିପାସୁଙ୍କଠାରୁ ନିଜକୁ ରକ୍ଷା କରିବେ କିପରି? ମନେ ରଖନ୍ତୁ କିଛି କଥା
ସୁରକ୍ଷା ଦ୍ୱାରା ହିଁ ବିପଦରୁ ରକ୍ଷା ପାଇହେବ । ସାରା ଦେଶରେ ମହିଳାଙ୍କ ପ୍ରତି ବଢୁଥୁବା ଅନ୍ୟାୟ ଅତ୍ୟାଚାର ତଥା ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡରୁ ନିଜକୁ ରକ୍ଷା କରିବାକୁ ହେଲେ ପ୍ରତ୍ୟେକ ମହିଳାଙ୍କୁ କିଛି ସାବଧାନୀ ପରଖିବା ନିହାତି ଆବଶ୍ୟକ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ବି ସତ୍ୟ ଯେ, ପରିବର୍ତ୍ତନ ରାତାରାତି ଆସି ନଥାଏ । ଯେ ପର୍ଯ୍ୟନ୍ତ ଆମ ଦେଶର ମହିଳାମାନେ ସମାଜରେ ଏକ ସୁରକ୍ଷିତ ଜୀବନ ଏବଂ ବିନା କୌଣସି ଭୟରେ ବାହାରକୁ ବାହାରିବା ସୁରକ୍ଷିତ ମଣି ନାହାଁନ୍ତି, ସେ ପର୍ଯ୍ୟନ୍ତ ନିଜର ସୁରକ୍ଷା ପାଇଁ କିଛି ସାବଧାନୀ ଅବଲମ୍ବନ କରିବାକୁ ପଡିବ । ଏଥିପାଇଁ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ଜଣାଇବୁ ଯାହା ବିଭିନ୍ନ ପରିସ୍ଥିତିରୁ ନିଜକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
• ଅସଦାଚରଣ ଓ ଦୁଷ୍କର୍ମ ଭଳି ଲଜ୍ଜା ଜନକ ଘଟଣାରେ ଅଧିକାଂଶ ଲୋକ ସାଧାରଣତଃ ମହିଳାଙ୍କୁ ହିଁ ଦାୟୀ କରିଥାନ୍ତି । ଅର୍ଥାତ୍ ମହିଳାମାନେ ପରିଧାନ କରୁଥିବା ବିଭିନ୍ନ ଆଧୁନିକ ପୋଷାକକୁ ଦାୟୀ କରିଛନ୍ତି । ଯଦିଓ ଏହା ଭାବିବା ସେମାନଙ୍କ ଭୁଲ, କାରଣ ପୋଷାକଦ୍ୱାରା ଯଦି ଦୁଷ୍କର୍ମ ଭଳି କାଣ୍ଡକୁ ନିୟନ୍ତ୍ରଣରେ ଅଣାଯାଇ ପାରେ ତେବେ ଶାଢୀ ପିନ୍ଧିଥୁବା ଜଣେ ୮୦ ବର୍ଷୀୟ ମହିଳାଙ୍କୁ ଏହାର ଶିକାର ହେବାକୁ ପଡି ନଥାନ୍ତା ।
• ଯଦି ଆପଣ ରାତିରେ କେଉଁ ଆଡେ କିମ୍ବା କୌଣସି ପାର୍ଟିକୁ ଯାଉଛନ୍ତି । ତେବେ ଏକଥା ଉପରେ ଧ୍ୟାନ ଦିଅନ୍ତୁ, ପାର୍ଟି ସରୁ ସରୁ ବେଶି ରାତି ହୋଇଯାଇଛି ତେବେ ଏକା ନଆସି କାହା ସାଥିରେ ଆସନ୍ତୁ ଆଉ ଏଥିସହ ସାଥିରେ କୌଣସି ଷ୍ଟଲ ବା ଓଢଣୀ ମଧ୍ୟ ସାଥିରେ ନେବାକୁ ଭୁଲନ୍ତୁ ନାହିଁ ।
• ଯଦିଓ ନିଶାଦ୍ରବ୍ୟ ଦେହ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଅଧିକାଂଶ ଲୋକ ବା ମହିଳାମାନେ ନିଶାଦ୍ରବ୍ୟ ସେବନ କରୁଥିବାର ନଜିର ରହିଛି । ଏଣୁ ଯଦି ବି କେବେ ଏହାକୁ ଗ୍ରହଣ କରୁଛନ୍ତି ତେବେ ନିଜ ସୀମା ଭିତରେ ହିଁ ସେବନ କରିବା ଜରୁରୀ ଅଟେ । ଯାହା ଦ୍ୱାରା ଆପଣ ନିଜକୁ ନିୟନ୍ତ୍ରଣ କରିବାକୁ କ୍ଷମତା ଥିବ । ତେବେ ନିଜ ଶରୀରକୁ ସୁହାଉଥିବା ଭଳି ନିଶାଦ୍ରବ୍ୟ ପାନ କରନ୍ତୁ ।
• ଯଦି ଆପଣଙ୍କର କେହି ପାଟର୍ନର ଅଛନ୍ତି ଆଉ ତାଙ୍କ ଉପରେ ଆପଣଙ୍କ ଗଭୀର ବିଶ୍ୱାସ ରହିଛି । ତେବେ ଗୋଟିଏ କଥା ଉପରେ ସବୁବେଳେ ଧ୍ୟାନ ଦେବେ, ସେ ସେତେ ବି ନିଜର ହୁଅନ୍ତୁ କିମ୍ବା ବିଶ୍ୱାସଯୋଗ୍ୟ ହୋଇ ଥିଲେ ମଧ୍ୟ ଯେବେ ବି କେବେ ତାଙ୍କ ସହ କେଉଁଆଡେ ବୁଲିବାକୁ ଯାଉଛନ୍ତି ତେବେ ସେ ସ୍ଥାନ ଆପଣଙ୍କ ପାଇଁ ସୁରକ୍ଷିତ କି ନାହିଁ ତାହା ଚିନ୍ତା କରିବା ହେଉଛି ଆପଣଙ୍କ ଦାୟିତ୍ୱ ।
• ଭିନ୍ନ ଭିନ୍ନ ପରିସ୍ଥିତିରେ ଅଲଗା ଅଲଗା ତରିକା ଆପଣେଇବା ଆବଶ୍ୟକ । ଯେପରି ଯଦି ଆପଣ ରାସ୍ତାରେ ଚାଲୁଛନ୍ତି ଆଉ କେହି ଆପଣଙ୍କୁ ପିଛା କରୁଛି ତେବେ ଏପରି ସ୍ଥଳେ ଆପଣଙ୍କ ଚତୁରତାର ସହ ମୁକାବିଲା କରନ୍ତୁ ।