ରିଲାଏନ୍ସରୁ ବିଦା ହେବେ ଅମ୍ବାନୀ ! ଜାଣନ୍ତୁ କାହିଁକି କଂପାନୀ ଛାଡିବାକୁ ବାଧ୍ୟ ହେଲେ ମୁକେଶ ଅମ୍ବାନୀ

66

ଦେଶର ସବୁଠାରୁ ବଡ କଂପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀଙ୍କୁ ଏବେ ନିଜର ଗୋଟିଏ ପଦ ଛାଡିବାକୁ ପଡିବ । ତେବେ ଏକଥା ଆମେ କହୁନାହୁଁ ବରଂ ସେୟାର ମାର୍କେଟ ରେଗୁଲେଟର ସେବିର ନିଷ୍ପତ୍ତି ରହିଛି ।

ସୂଚନା ମୁତାବକ, ଏହି ନିଷ୍ପତି କେବଳ ମୁକେଶ ଅମ୍ବାନୀଙ୍କ ଉପରେ ଲାଗୁକରାଯାଇ ନାହିଁ ବରଂ ସେୟାର ବଜାରର ତାଲିକାରେ ଥିବା ଅନେକ କଂପାନୀର ଚେୟାରମ୍ୟାନଙ୍କୁ ଏଭଳି ହିଁ କରିବାକୁ ହେବ । ସେବି ନିଷ୍ପତି ଅନୁସାରେ, ନୂଆ ନିୟମ ଅନୁସାରେ ଏପ୍ରିଲ ୨୦୨୦ରୁ ୧୦ଟି ନାମିଦାମୀ କଂପାନୀମାନଙ୍କର ଚେୟାରମ୍ୟାନ ଏବଂ ଏମଡି ମଧ୍ୟରୁ କେବଳ ଗୋଟିଏ ହିଁ ପଦରେ ରହିପାରିବେ । ଅର୍ଥାତ୍ ଜଣେ ବ୍ୟକ୍ତି କେବଳ ଗୋଟିଏ ହିଁ ପଦବୀରେ ରହିପାରିବେ ।

ଏନେଇ ନିକଟରେ କୋଟାକ କମିଟି ଏଭଳି କିଛି କଂପାନୀମାନଙ୍କରେ ଏମଡି ତଥି ସିଇଓ ଏବଂ ଚେୟାରମ୍ୟାନ ଆଦି ପଦକୁ ପୃଥକ ପୃଥକ କରିବାକୁ ସୁପାରିସ କରିଥିଲା । ସିକ୍ୟୁରିଟି ଏକ୍ସଚେଂଜ ବୋର୍ଡ ଅଫ ଇଣ୍ଡିଆ ସେବି କର୍ପୋରେଟ ଗଭନେସ ଆଧାରରେ କୋଟାକ କମିଟିର ସୁପାରିସକୁ ମଂଜୁରୀ ପ୍ରଦାନ କରିଥିଲା । ଯାହାଦ୍ୱାରା ଏଣିକି ଏଭଳି କଂପାନୀମାନଙ୍କର ସିଏମଡିର କୌଣସି ପଦବୀ ରହିବ ନାହିଁ । ବରଂ ଏହା ଦୁଇଟି ଅଲଗା ଅଲଗା ପଦବୀରେ ବିଭକ୍ତ ହୋଇଯିବ । ଯାହାକି ଜଣଙ୍କ ନିକଟରେ ରହିବ ନାହିଁ ।

ତେଣୁ ଏଭଳି କଂପାନୀମାନଙ୍କର ତାଲିକାରେ ରହିଛି ରିଲାଏନ୍ସ ଜିଓ । ରିଲାଏନ୍ସ କଂପାନୀର ମାଲିକ ମୁକେଶ ଅମ୍ବାନୀ ଏବଂ ଭାରତୀ ଏୟାରଟେଲର ସୁନିଲ ମିତ୍ତଲ, ୱିପ୍ରୋର ଅଜିମ ପ୍ରେମଜୀ ସମେତ ଏଭଳି ଅନେକ ନାମୀଦାମୀ ହସ୍ତି ରହିଛନ୍ତି, ଯେଉଁମାନଙ୍କୁ ବର୍ତ୍ତମାନ ସିଏମଡି ପଦ ଛାଡିବାକୁ ହେବ ।