ଦଶମ ପାସ୍ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ମାସିକ ଦରମା ୧୮ ହଜାର ଟଙ୍କା, ତୁରନ୍ତ କରନ୍ତୁ ଆବେଦନ
ବେରୋଜଗାରୀ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । କାରଣ ନିକଟରେ ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ସୂଚନା ମୁତାବକ, ଡାକ ବିଭାଗ ପକ୍ଷରୁ ଆରଏମଏସ ଏବଂ ପୋଷ୍ଟାଲ ଡିଭିଜନରେ ୯୪ ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ୧୬ ଜୁଲାଇ, ୨୦୧୮ ସୁଦ୍ଧା ଆବେଦନ କରିପାରିବେ । ନିମ୍ନରେ ଆମେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରିଛୁ । ତେବେ ପଢନ୍ତୁ ପୂରା ଖବର ।
ସର୍ବପ୍ରଥମେ ଏଠାରେ ଆମେ କହିରଖୁଛୁ କି, ଡାକ ବିଭାଗର ଏହି ସମସ୍ତ ୯୫ଟି ପଦବୀ ଆନ୍ଧ୍ର ପ୍ରଦେଶବାସୀଙ୍କ ପାଇଁ ହିଁ ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦବୀ ସଂପର୍କିତ ତଥ୍ୟ
ମଲ୍ଟି ଟାକ୍ସିଂ ଷ୍ଟାଫ(ଏମଟିଏସ)
ଶିକ୍ଷାଗତ ଯୋଗ୍ୟତା
ଇଚ୍ଛୁକ ଆଶାୟୀପ୍ରାର୍ଥୀ ଦଶମ ଶ୍ରେଣୀ ପାସ କରିଥିବା ଦରକାର । ଏଥିସହିତ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି କମ୍ପ୍ୟୁଟର ପ୍ରତି ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ ଅଟେ ।
ବୟସ ସୀମା
ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ବୟସ ହୋଇଥିବା ଦରକାର । ସେହିପରି ଓବିସି ଶ୍ରେଣୀର ଆବେଦନକାରୀଙ୍କ ବୟସ ସୀମା ୩ ବର୍ଷ ଏବଂ ଏସସି/ଏସଟି ବର୍ଗର ଆବେଦକଙ୍କ ପାଇଁ ୫ ବର୍ଷ ଛାଡ କରାଯାଇଛି ।
ଦରମା
ଯଦି ଆପଣ ଏଥିରେ ଯୋଗ୍ୟବିବେଚିତ ହୁଅନ୍ତି ତେବେ ଆପଣଙ୍କର ମାସିକ ଦରମା ୧୮ ହଜାର ଟଙ୍କା ରହିବ ।
ଆବେଦନ ଶୁଳ୍କ
ସାଧାରଣ ଏବଂ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଶୁଳ୍କ ବାବାଦକୁ ଦେବାକୁ ପଡିବ । ସେହିପରି ଏସସି/ଏସଟି/ପିଡବ୍ଲୁଡି ବର୍ଗର ପ୍ରାର୍ଥୀ ଏବଂ ସବୁ ବର୍ଗର ମହିଳାପ୍ରାର୍ଥୀଙ୍କ ପାଇଁ ଏହାର ଆବେଦନ ଶୁଳ୍କ ୧୦୦ଟଙ୍କା ରହିଛି ।
ଚୟନ ପ୍ରକ୍ରିୟା
ଏହି ପଦବୀରେ ପାଇଁ ଯେଉଁ ସବୁ ପରୀକ୍ଷା କରାଯିବ ତାହା ଆପ୍ଟିଟ୍ୟୁଡ ଟେଷ୍ଟ ଅନୁସାରେ ହେବ । ଏଥିରେ ୧୦୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ତଥା ମଲ୍ଟିପୁଲ ଚଏସ ଅନୁସାରେ ପ୍ରଶ୍ନ ଉତ୍ତର ଦେବାକୁ ହେବ ।
କିପରି କରିବେ ଆବେଦନ
ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ appost.inକୁ ଯାଇ ଲଗଇନ କରି ଅନଲାଇନ ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ଅବଧି
ଅନଲାଇନ ଆବେଦନ କରିବାର ଶେଷ ତାରିଖ ହେଉଛି ୧୬ ଜୁଲାଇ ୨୦୧୮ ।