ଏମଆରପିରୁ ଅଧିକ ଦାମରେ ମିନେରାଲ ୱାଟର ବିକିଲେ ଦୋକାନୀ ଯିବେ ଜେଲ ! ଦେବାକୁ ପଡିବ ଜରିମାନା

41

ଏଣିକି ମହଙ୍ଗା ପଡିପାରେ ମିନେରାଲ ୱାଟରକୁ ନିର୍ଦ୍ଧାରିତ ଏମଆରପିଠାରୁ ଅଧିକ ଦାମରେ ବିକ୍ରୀ କରିବା । ରେଷ୍ଟୁରାଂଟ, ହୋଟେଲ, ମଲ୍ଟିପ୍ଲେକ୍ସ ଆଦିର ମ୍ୟାନେଜମେଂଟଙ୍କ ବିରୋଧରେ ନା ଖାଲି ଜରିମାନା ଲାଗୁ କରାଯିବ ବରଂ ତାଙ୍କୁ ଦଣ୍ଡବିଧାନ ମଧ୍ୟ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଏକଥା ସୁପ୍ରିମକୋର୍ଟଙ୍କୁ ଜଣାଯାଇଛି ।

ସରକାରଙ୍କ କହିବା ମୁତାବକ, ଏହି ନିୟମ ନା ହିଁ କେବଳ ଗ୍ରାହକମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ ବରଂ ଏମଆରପିରୁ ଅଧିକ ଦରରେ ପାଣି ବିକ୍ରି କରି ଟାକ୍ସ ଚୋରି ମଧ୍ୟ କରାଯାଉଛି । ସରକାର କହିଛନ୍ତି କି, ଧାରା ୩୬ ଅନୁସାରେ ଯଦି କୋଣସି ଦୋକାନୀ ପ୍ରଥମ ଥର ପାଇଁ କରଥିବା ଜଣାପଡିଛି । ତେବେ ତାଙ୍କ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲାଗିବ । ସେହିପରି ଦ୍ୱିତୀୟ ଥର କରିବା ଉପରେ ୫୦ ହଜାର ଟଙ୍କା ଏବଂ ବାରମ୍ବାର ଏଭଳି କରିବା ଦ୍ୱାରା ତାଙ୍କୁ ଦଣ୍ଡିତ କରାଯିବା ସହିତ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରମାନା ମଧ୍ୟ ଦେବାକୁ ହେବ ।

ସୂଚନା ମୁତାବକ, ଫେଡେରେସନ ଅଫ ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ ଇଣ୍ଡିଆ (ଏଫଏଚଆରଏଆର) ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଥିଲା । ଯାହାକୁ ଆଧାର କରି ସରକାର ଏଭଳି ପ୍ରସଙ୍ଗ ଉଠାଇଛନ୍ତି । ମିନେରାଲ ୱାଟରକୁ ନିର୍ଦ୍ଧାରିତ ଦାମରୁ ଅଧିକ ଦରରେ ବିକ୍ରି କରୁଥିବା ହୋଟେଲ ଏବଂ ରେଷ୍ଟୁରାଂଟ ଉପରେ କେସ କରାଯିବା ଭଳି ସରକାରଙ୍କ ନିଷ୍ପତି ଉପରେ ୨୦୧୫ରେ ହାଇକୋର୍ଟର ଏକ ବ୍ୟାଚ ସମର୍ଥନ କରିଥିଲା ।

ହାଇକୋର୍ଟ କହିଥିଲା କି, ସିଙ୍ଗିଲ ବ୍ୟାଚର ସେହି ନିଷ୍ପତିକୁ ଏକ ମିଶାଲ ଆଧାରରେ ଦେଖାଯାଇପାରିବ ନାହିଁ ଯେଉଁଥିରେ କୁହାଯାଇଥିଲା କି ହୋଟେଲ ରେଷ୍ଟୁରାଂଟ ଏଭଳି କରିପାରିବେ କାହିଁକି ନା ସେମାନେ ଲୋକମାନଙ୍କୁ ଏସି, ଏକ ଭଲ ପରିବେଶ ଆଦିର ସୁବିଧାଗୁଡିକ ଯୋଗାଇ ଦେଉଛନ୍ତି ।

ତେବେ ଏହାଉପରେ ଏଫଏଚଆରଏଆଇ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲା ଯାହାକୁ ଡିସିମିସ୍ କରିଦିଆଯାଇଥିଲା । ପୁଣି ସେମାନେ ସୁପ୍ରିମକୋର୍ଟ ପହଂଚି ଥିଲେ । ଯାହା ଉପରେ ଏବେ ବିଚାରକ ଆରଏଫ ନାରୀମନ ଶୁଣାଣି କରୁଛନ୍ତି ।