ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲେ ଉତ୍ତରପ୍ରଦେଶ ପୋଲିସ୍ ! ରାସ୍ତା ଉପରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ ।

243

ପ୍ରିୟଙ୍କା ଗାନ୍ଧି ୟୁପି ସୋନଭଦ୍ର ଗସ୍ତ ସମୟରେ ଉତେଜନା । ତାଙ୍କୁ ଅଧା ବାଟରୁ ଅଟକାଇଲା ୟୁପି ପୋଲିସ୍ । ମିର୍ଜାପୁର ଯାଇ ଫେରୁଥିବା ବେଳେ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇବାରୁ ସେଠାରେ ବେଶ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା । ତାଙ୍କୁ କାହିଁକି ମୃତକଙ୍କ ପରିଜନଙ୍କୁ ଭେଟିବାକୁ ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏପରିକି ଏହାକୁ ନେଇ ସେ କିଛି ସମୟ ଧରି ରାସ୍ତା ଉପରେ ମଧ୍ୟ ଧାରଣାରେ ବସିରହିଥିଲେ ।

ତେବେ ପୋଲିସ ତାଙ୍କୁ ସେଠାରୁ ଉଠାଇ େଇଛି । ଏହି ସମୟରେ ପ୍ରିୟଙ୍କା କହିଛନ୍ତି ବିଜେପି ଶାସିତ ରାଜ୍ୟରେ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇବାରେ ଲାଗିଛି । ତାଙ୍କୁ କେହି ରୋକି ପାରିବେନି । ସେ ପୀଡିତଙ୍କୁ ଭେଟିବା ପରେ ଫେରିବେ । ସୂଚନା ଅନୁଯାୟୀ ପ୍ରିୟଙ୍କା ସୋନଭଦ୍ର ଘୋରାୱାଲ ତହସିଲ ଅନ୍ତର୍ଗତ ଉମ୍ଭା ଗାଁରେ ଜମିବାଡ଼ି ବିବାଦକୁ ନେଇ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୀଡିିତାଙ୍କୁ ଭେଟିବାକୁ ଯାଉଥିଲେ ।ତେବେ ନାରାୟଣପୁର ଷ୍ଟେସନ ପାଖରେ ତାଙ୍କୁ ପୁଲିସ ଅଟକାଇଥିଲା । ସୋନଭଦ୍ର ଯିବା ପୂର୍ବରୁ ପ୍ରିୟଙ୍କା ଭିଏଚୟୁ ହସ୍ପିଟାଲ ଗସ୍ତ କରିଥିଲେ ।

ସେଠାରେ ଥିବା ଟ୍ରମା ସେଂଟରରେ ଚିକିତ୍ସିତ ହେଉଥିବ ଆହତକୁ ସେ ଭେଟିଥିଲେ । । ଏହା ପରେ ସୋନଭଦ୍ର ଯାଇ ସେମାନଙ୍କ ପରିଜନଙ୍କୁ ଭେଟିଥାନ୍ତେ । ଅନ୍ୟପଟେ ଏହି ଘଟଣାକୁ ନେଇ ଆଇନ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆଣିଛନ୍ତି ବିରୋଧି ଦଳ । ଏହି ହିଂସାକାଣ୍ଡ ଘଟଣାରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ । ପୁଲିସ ଏହି ଘଟଣାରେ ୨୬ଜଣଙ୍କୁ ଗିରଫ କରିଥିବାବେଳେ ୨୮ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।