ହୁସିଆର୍ ! ବଜାରରେ ମିଳୁଛି ଅସରପାରେ ପ୍ରସ୍ତୁତ ପାଉଁରୁଟି, ଖାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

109

ଆମେ ସମସ୍ତେ ସାଧାରଣତଃ ସକାଳ ଜଳଖିଆ ଭାବରେ ହେଉ ବା ଦେହ ଖରାପ ହେଲେ ପାଉଁରୁଟି ଖାଇଥାଉ । କିନ୍ତୁ ଆମକୁ ଜଣା ନାହିଁ ଯେ, ଆମ ଅଜାଣତରେ ଆମେ ଯାହା ଖାଉଛୁ ପରବର୍ତୀ ସମୟରେ ଆମେ ରୋଗକୁ ଡାକୁଛେ । କାରଣ ଆପଣ ଯାହାକୁ ବ୍ରେଡ ଭାବି ଖାଉଛନ୍ତି ତାହା ବାସ୍ତବରେ କୌଣସି ସାଧାରଣ ବ୍ରେଡ ନୁହେଁ ବରଂ ବିଷାକ୍ତ ବ୍ରେଡ ବି ହୋଇପାରେ ।

ଯଦି ଆପଣ ଉପରେ ଦିଆଯାଇଥିବା ଫଟୋକୁ ଧ୍ୟାନର ସହ ଦେଖିବେ ତେବେ ବୋଧହୁଏ ଆପଣଙ୍କୁ ଲାଗିବ କି ଏହା କୌଣସି ସାଧାରଣ ବ୍ରେଡ୍ ହୋଇଥିବ ନିଶ୍ଚୟ, ହେଲେ ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ହେବେ କି ଏ କୌଣସି ସାଧାରଣ ବ୍ରେଡ୍ ନୁହେଁ ବରଂ ଅସରପାରୁ ପ୍ରସ୍ତୁତ ହୋଇଥିବା ବ୍ରେଡ୍ । ସଠିକ୍ ଶଦ୍ଦରେ କହିବାକୁ ଗଲେ, ବ୍ରେଡ୍ ତିଆରି କରିବା ପାଇଁ ଯେଉଁ ଅଟା ବ୍ୟବହାର କରାଯାଉଛି, ସେଥିରେ ସୁଖିଲା ତଥା ମଲା ଅସରପାରେ ତିଆରି ହୋଇଥିବା ଅଟା ମିଶା ଯାଇଛି ।  ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି, ରୋଷେଇ ଘରେ ବା ଷ୍ଟୋରହାଉସରେ ଦେଖାଯାଉଥିବା ଏହି ପୋକରୁ ଅଟା ପ୍ରସ୍ତୁତ କରିବା ଆଉ ସେଥିରୁ ବ୍ରେଡ୍ ପ୍ରସ୍ତୁତ କରିବାର ଆଇଡିଆ କିଭଳି ଓ କାହିଁକି ଆସିଲା ? ତେବେ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତର ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । ଅଧିକ ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ମିଳିଥିବା ସୂଚନା ମୁତାବକ, ଏହାକୁ ପ୍ରସ୍ତୁତ କରିଛନ୍ତି, ବ୍ରାଜିଲ ଗବେଷକଙ୍କ ଏକ ଦଳ । ଯେଉଁମାନେ କି ଦୁନିଆରେ ଖାଦ୍ୟାଭାବର ସମସ୍ୟା ସହିତ ଭବିଷ୍ୟତ ପାଇଁ ଆନିମଲ ପ୍ରୋଟିନ ସହ ଭରା ପୌଷ୍ଟିକ ଖାଦ୍ୟର ଅନୁସନ୍ଧାନରେ ଅଛନ୍ତି । ସଂଯୁକ୍ତ ରାଷ୍ଟ୍ରର ଆକଳନ ଅନୁସାରେ, ୨୦୫୦ ସୁଧା ଦୁନିଆର ଜନସଂଖ୍ୟା ପାଖାପାଖି ୯.୭ ଆରବରେ ପହଂଚିଯାଇପାରେ ।
ତେବେ ଗବେଷକଙ୍କ ମତାନୁସାରେ, ଏହି କାରଣ ହେଲା କି ଏବେ ଖାଦ୍ୟପେୟରେ କୀଟପ୍ରତ୍ୟଙ୍ଗକୁ ମଧ୍ୟ ସାମିଲ କରିବାର ସମୟ ଆସିଯାଇଛି । ସେମାନଙ୍କ ମତରେ ପୋକଗୁଡିକ ଅତି ସହଜରେ ମିଳିଯାଆନ୍ତି, ପ୍ରୋଟିନରେ ଭରପୂର ହୋଇଥାନ୍ତି ଏବଂ ବଡ କଥା ହେଲା ଏମାନଙ୍କର ଦାମ ବି ବହୁତ କମ୍ ହୋଇଥାଏ ।

କିନ୍ତୁ ଫଟୋରେ ଯେଉଁ ବ୍ରେଡ୍ ରହିଛି ତାହା ଆପଣଙ୍କ ରୋଷେଇ ଘରେ ନଜର ଆସୁଥିବା କୌଣସି ସାଧାରଣ ଅସରପା ନୁହେଁ ବରଂ ଗୋଟିଏ ଅସରପାର ଏକ ଖାସ୍ ପ୍ରଜାତିର ଅସରପାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ତେବେ ଅସରପାଙ୍କ ଏହି ଖାସ୍ ପ୍ରଜାତିର ନାଁ ହେଉଛି ଲୋକେଷ୍ଟ ଅସରପା ବା ଘକ୍ଟକ୍ଟ୍ରଷସଗ୍ଧବ ଉସଦ୍ଭରକ୍ସବ ଏବଂ ଏମାନେ ସାଧାରଣତଃ ଉତର ଆଫ୍ରିକାରେ ଦେଖିବାକୁ ମିଳନ୍ତି । ଏମାନେ ଅତି ସହଜରେ ବଢିଥାନ୍ତି ଏବଂ ଏମାନଙ୍କ ପ୍ରଜନନ ମଧ୍ୟ ଶୀଘ୍ର ହୋଇଥାଏ । ହେଲେ ପ୍ରଶ୍ନ ଉଠୁଛି କି, ଦୁନିଆରେ ହଜାର ପ୍ରଜାତିର କୀଟପ୍ରତ୍ୟଙ୍ଗ ରହିଛନ୍ତି, କିନ୍ତୁ ଖାଦ୍ୟ ପାଇଁ ଅସରପାଙ୍କୁ ହିଁ କାହିଁକି ଚୟନ କରାଗଲା ?

ମୁଖ୍ୟ କାରଣ

କାହିଁକି ନା ଏମାନେ ପ୍ରୋଟିନ ପାଇଁ ରେଡ୍ ମିଟଠାରୁ ବି ବହୁତ ଭଲ ଉପାୟ । ଯେଉଁଠି ରେଡ୍ ମିଟର ୫୦ ପ୍ରତିଶତ ଭାଗ ପ୍ରୋଟିନ ହୋଇଥାଏ, ସେଇଠି ଏମାନଙ୍କର ୭୦ ପ୍ରତିଶତ ଭାଗ କେବଳ ପ୍ରୋଟିନ ହିଁ ପ୍ରୋଟିନ ରହିଛି ବୋଲି ଗବେଷକମାନେ ଯୁକ୍ତି ବାଢିଛନ୍ତି ।