ଏନଏସଜିରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଅଣ୍ଟା ଭିଡିଲା ରଷ ! ଚୀନ ଓ ପାକିସ୍ତାନକୁ ଲାଗିଲା ଜବରଦସ୍ତ ଝଟକା

107

ପାକିସ୍ତାନ ଓ ଚୀନକୁ ପୁଣିଥରେ ଝଟକା ଦେଲା ଋଷ । ଏନସିଜିର ସ୍ଥାୟୀ ସଦସ୍ୟତା ପାଇଁ ଭାରତ କରୁଥିବା ଦାବିକୁ ପାକିସ୍ତାନର ଦାବି ସହ ଯୋଡାନଯାଉ ବୋଲି କହିଛି ରଷ । ଏପରି କହି ପୁଣିଥରେ ବନ୍ଧୁତ୍ୱର ପରିଚୟ ଦେଇଛି ରଷ । ଏପରିକି ଭାରତର ଦାବି ନେଇ ଚୀନ ସହ ମଧ୍ୟ ଚର୍ଚ୍ଚା କରୁଛି ଋଷ । କାରଣ ଏନଏସଜିରେ ସ୍ଥାୟୀ ସଦସ୍ୟତା ହାସଲ କରିବା ପାଇଁ ଭାରତର ଦାବିକୁ ଚୀନ ବାରମ୍ବାର ବିରୋଧ କରି ଆସୁଛି ।ଭାରତକୁ ଯଦି ଏନଏସିଜିରେ ସ୍ଥାୟୀ ସଦସ୍ୟତା ଦିଆଯିବ ତେବେ ପାକିସ୍ତାନକ ୁ ମଧ୍ୟ ଏହା ଦିଆଯିବା ଉଚିତ ବୋଲି ଚୀନ ଯୁକ୍ତି କରୁଛି । ଏହାଛଡା ଭିଟୋ କ୍ଷମତା ପ୍ରୟୋଗ କରି ଭାରତର ରାସ୍ତାରେ ବାଧକ ସାଜିଛି ଚୀନ ।

nuclear-india୪୮ ସଦସ୍ୟ ବିଶିଷ୍ଟ ଏନଏସଜି ଗ୍ରୁପରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ନିୟମରେ ପରିବର୍ତ୍ତନ ଆଣିବାକୁ ଅନ୍ୟ ଦେଶ ରାଜି ଥିବା ବେଳେ ଚୀନ ଏହି ରାସ୍ତାରେ ବାଧକ ସାଜିଛି । ମେରିଟ ଅନୁଯାୟୀ ସ୍ଥାୟୀ ସଦସ୍ୟ ବଛାଯାଉ ବୋଲି ଚୀନ କହିଛି । ଏବଂ ଭାରତର ଦାବି ସହ ବାରମ୍ବାର ପାକିସ୍ତାନର ଦାବିକୁ ଯୋଡୁଛି ଚୀନ । ତେବେ ବୁଧବାର ଏହି ମାମଲାରେ ନୂଆ ମୋଡ ଆସିଛି । ଋଷ ବୈଦେଶିକ ମନ୍ତ୍ରୀ ସରଜେଇ ର୍ୟାବକୋଭ ଭାରତର ବୈଦେଶିକ ସଚିବ ଏସ. ଜୟଶଙ୍କର ସହ ସାକ୍ଷାତକାର ପରେ କହିଛନ୍ତି, ଏନଏସଜି ଗ୍ରୁପରେ ସ୍ଥାୟୀ ସଦସ୍ୟ ପାଇଁ ପାକିସ୍ତାନର ଦାବିକୁ ନେଇ ସହମତି ପ୍ରକାଶ ପାଉନଥିବା ବେଳେ ଏହାକୁ ଭାରତର ଦାବି ସହ ଯୋଡାଯିବାର ଆବଶ୍ୟକତା ନାହିଁ । ପାକିସ୍ତାନର ଦାବିକୁ ଅଧିକାଂଶ ରାଷ୍ଟ୍ର ସମର୍ଥନ କରୁନାହାନ୍ତି ।

ଭାରତ ଓ ପାକିସ୍ତାନର ଦାବିକୁ ନେଇ ପ୍ରଥମଥର ପାଇଁ ରଷ ଏଭଳି ପ୍ରତିକ୍ରିୟା ଦେଇଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ଜଟିିଳତାକୁ ରଷ ବେଶ ଭଲ ଭାବେ ବୁଝି ସାରିଛି । ଏହାଛଡା ଭାରତର ଦାବିକୁ କେବଳ କଥାରେ ସିମିତ ନ ରଖି ଏହାକୁ ଯାଥସାଧ୍ୟ ବାସ୍ତବ ରୂପ ଦେବା ପାଇଁ ମଧ୍ୟ ରଷ ଚେଷ୍ଟା ଚଳାଇଛି । ଆଉ ଏହାର ପ୍ରଥମ ସୋପାନ ସ୍ୱରୂପ ବିଭିନ୍ନ ସ୍ତରରେ ଚୀନ ସହ ଆଲୋଚନା କରିଛି ରଷ । କେବଳ ରଷ ଚାହିଁଲେ ଭାରତ ଏନଏସଜିରେ ସ୍ଥାୟୀ ସଦସ୍ୟତା ହାସଲ କରିବ ତାହା ନୁହେଁ ବରଂ ଏଥିପାଇଁ ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡିବ । ସହଯୋଗୀ ରାଷ୍ଟ୍ରଙ୍କ ଚାପ ପଡିଲେ ହିଁ ଏନଏସଜି ପ୍ରସଙ୍ଗରେ ଚୀନ ନିଜ ଆଭିମୁଖ୍ୟ ବଦଳାଇବ ବୋଲି ରଷ ମତ ଦେଇଛି ।

ତେବେ ପାକିସ୍ତାନ ସହ ରଷର ବନ୍ଧୁତା ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି ସରଜେଇ ର୍ୟାବକୋଭ । ପାକିସ୍ତାନ ସହ ରଷର ସମ୍ବନ୍ଧକୁ ସ୍ୱୀକାର କରିବା ସହ ଏହା ଭାରତ ପାଇଁ ଚିନ୍ତାର କାରଣ ପାଲଟିବନି ବୋଲି ସରଜେଇ ଆଶ୍ୱସ୍ତ କରିଛନ୍ତି । କାରଣ ରଷ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ବିକ୍ରି କରିବାକୁ ନେଇ ଚିନ୍ତିତ ଥିଲା । ଏହାଛଡା ଅନ୍ୟ ଦେଶ ସହ ରଷର ସର୍ମ୍ପକ ବୃଦ୍ଧି ହେବା ଦ୍ୱାରା ଭାରତ ଉପରେ ଏହାର ତିଳେମାତ୍ର ପ୍ରଭାବ ପଡିବନି ବୋଲି ରଷ ସ୍ପଷ୍ଟ କରିଛି ।