ଅନିଲ ଧାସମନା ହେବେ ର’ ମୁଖ୍ୟ ଓ ଆଇବି ମୁଖ୍ୟ ହେବେ ରାଜୀବ ଜୈ÷ନ

36

କନକ ବ୍ୟୁରୋ : ଅନିଲ ଧାସମନା ହେବେ ର’ ମୁଖ୍ୟ । ସେହିପରି ରାଜୀବ ଜୈ÷ନ ହେବେ ଆଇବି ମୁଖ୍ୟ । ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୧୯୮୦ ବ୍ୟାଚର ଝାଡଖଣ୍ଡ କ୍ୟାଡର ଅଫିସର ରାଜୀବ ଜୈନ ଇଂଟେଲିଜେନ୍ସ ବ୍ୟୁରୋରେ ବର୍ତ୍ତମାନ ଦ୍ୱିତୀୟ ବରିଷ୍ଠ ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି । ସେ ଏହା ପୂର୍ବରୁ ଦିଲ୍ଲୀ ଏବଂ ଆହମ୍ମଦାବାଦ ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

ଚଳିତ ମାସରେ ଆଇବି ମୁଖ୍ୟ ଦୀନେଶ୍ୱର ଶର୍ମା ଅବସର ନେବା ପରେ ଜୈ÷ନ ତାଙ୍କ ଠାରୁ ଆଇବି ମୁଖ୍ୟ ଭାବେ ଦାୟିତ୍ୱ ନେବେ । ସେହିପରି ରାଜୀନ୍ଦର ଖାନାଙ୍କ ଅବସର ପରେ ପରବର୍ତୀ ‘ର’ ମୁଖ୍ୟ ଭାବେ ଦାୟିତ୍ୱ ନେବେ ୧୯୮୦ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡର ଅଫିସର ଅନିଲ ଧାସମନା । ଇସଲାମିକ ବ୍ୟାପାର, ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ବେଲୁଚିସ୍ତାନ ମାମଲାରେ ଧାସମନାଙ୍କ ଅଭିଜ୍ଞତା ରହିଛି ।