କାଲି ସାଢେ ୩ଟାରେ ଭୁବନେଶ୍ୱରରେ ପହଂଚିବେ ପ୍ରଧାନମନ୍ତ୍ରୀ! ମିଡିଆ ସେଂଟରକୁ ଉଦଘାଟନ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

28

କନକ ବ୍ୟୁରୋ : ଓଡିଶାରେ ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ପାଇଁ ମିଡିଆ ସେଲକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ସାଢେ ୩ଟା ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦ ବିମାନବନ୍ଦରରୁ ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ଅପରାହ୍ନ ୫ଟା ସୁଦ୍ଧା ଜନତାମୈଦାନ ଯିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଜନତା ମଇଦାନ ଉତ୍ସବସ୍ଥଳକୁ ସଂଥ କବି ଭୀମଭୋଇଙ୍କ ନାମରେ ନାମିତ କରିଛି ବିଜେପି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରିୟ ଅମିତ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ସାମିଲେ ହେବାକୁ ଥିବା ବେଳେ ଯୋଗ ଦେଇପାରିବେ ନାହିଁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସ୍ୱାସ୍ଥ୍ୟଗତ କାରଣରୁ ସେ, ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –