ବାଟ ଓଗାଳିଲା ପୋଲିସ୍! ମୃତକଙ୍କ ପରିଜନଙ୍କୁ ଭେଟିବା ପାଇଁ ମେରଠ ଯାଉଥିଲେ ରାହୁଲ-ପ୍ରିୟଙ୍କା, ଅଧାବାଟରେ ଅଟକାଇଲା ପୋଲିସ୍ ।

170

କନକ ବ୍ୟୁରୋ: ମୃତକଙ୍କ ପରିବାର ସହ ଭେଟିପାରିଲେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ । ଅଧାବାଟରେ ଅଟକାଇଲା ପୋଲିସ । ଆଗକୁ ବଢ଼ିବାକୁ ଦେଲାନି ଅନୁମତି । ଶେଷରେ ଗାଡ଼ିରେ ବସି ମୃତକ ପରିବାର ସହ ଫୋନ ମାଧ୍ୟମରେ କଥା ହୋଇ ସମବେଦନା ଜଣାଇଲେ ରାହୁଲ, ପ୍ରିୟଙ୍କା । କଂଗ୍ରେସର ଏହି ୨ ନେତା ମେରଠ ଗସ୍ତ କରୁଥିବା ବେଳେ ପରତାପୁର ଥାନା ନିକଟରେ ଅଟକାଇଥିଲା ପୋଲିସ । ଧାରା ୧୪୪ ଲାଗୁ ହେବା କଥା କହିବା ସହ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ନାହିଁ ବୋଲି ପୋଲିସ ସିଧାସିଧା କହିଥିଲା ।

ସେପଟେ ରାହୁଲ ପୋଲିସକୁ ପ୍ରଶ୍ନ କରିଥିଲେ କି ତାଙ୍କୁ ମେରଠ ଯିବାକୁ ଦେଉନଥିବା କୌଣସି ନିର୍ଦ୍ଦେଶନାମା ଅଛି କି? ଅନେକ ଯୁକ୍ତି ପରେ ମଧ୍ୟ ମେରଠ ଛାଡ଼ିନଥିଲା ପୋଲିସ । ଶେଷରେ ଫୋନ ମାଧ୍ୟମରେ ମୃତକ ପରିଜନଙ୍କ ସହ କଥା ହୋଇଥିଲେ ରାହୁଲ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ମେରଠରେ ନାଗରିକତା ସଂଶୋଧନ ଆଇନକୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଥର ମାଡ଼ କରିବା ସହ ଗାଡ଼ିଗୁଡ଼ିକ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ଏହି ବିକ୍ଷୋଭ ଭିତରେ ୪ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା । ଆଜି ମୃତ ପରିବାରକୁ ଭେଟିବା ପାଇଁ ଯାଉଥିଲେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ।