ସଂସଦରେ ୫ ବର୍ଷର ହିସାବ ଦେଲେ ମୋଦି ! କହିଲେ, ଦେଶ ଆଜି ଆତ୍ମବିଶ୍ୱାସର ସହ ଆଗଉଛି

306

କନକ ବ୍ୟୁରୋ : ସଂସଦରେ ବଜେଟ୍ ଅଧିବେଶନରେ ଆଜି ୧୬ ତମ ଲୋକସଭାରେ ଶେଷ । ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ବର୍ଷର ହିସାବ ଦେଇଛନ୍ତି । ଲୋକସଭାରେ ନିଜର ଶେଷ ଭାଷଣରେ ମୋଦି କହିଛନ୍ତି କଳାଧନ ଠାରୁ ଆରମ୍ଭ କରି ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିବା ପାଇଁ ସରକାର ବିଭିନ୍ନ ବିଲ୍ ପାରିତ କରିଛନ୍ତି । ଏହାଦ୍ୱାରା ଆଗାମୀ ପୀଢ଼଼ି ଲାଭବାନ ହୋଇପାରିବେ । ଉଚ୍ଚ ବର୍ଗର ଗରିବ ଲୋକଙ୍କକ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ୧୪୦୦ଟି ବେକାର ନିୟମକୁ ମଧ୍ୟ ଶେଷ କରାଯାଇଛି ।

ଏହା ବ୍ୟତୀତ ମୋଦି କହିଛନ୍ତି ଆଜି ଭାରତକୁ ଲୋକେ ଶୁଣୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି ଉନ୍ନତ ହୋଇଛି । ବିଶ୍ୱ ତାପନକୁ ଲଢିବାରେ ଭାରତ ନେତୃତ୍ୱ ନେଉଛି । ୫ ବର୍ଷ ଭିତରେ ଭାରତ ଷଷ୍ଠ ବୃହତ୍ତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । କାର୍ଯ୍ୟକାଳ ଭିତରେ ସବୁଠାରୁ ଅଧିକ ସାଟଲାଇଟ୍ ଲଂଚ ହୋଇଛି । ମେକ ଇନ୍ ଇଣ୍ଡିଆ ଅନୁସାରେ ଆଜି ଭାରତ ଆତ୍ମନିର୍ଭରଣୀଳ ହେଉଛି । ବାଙ୍ଗଲାଦେଶ ସହ ଥିବା ଜମି ବିବାଦର ଆପୋଷ ସମାଧାନ ହୋଇଛି  । ଗତ ୫ ବର୍ଷରେ ୨୦୩୩ ଟ ବିଲ୍ ପାରିତ ହୋଇଛି । ଆଧାରକୁ ସରକାର ଭରପୁର ସମର୍ଥ ଜଣାଇଛନ୍ତି ।

୨୦୧୪ରେ ପ୍ରଥମ ଥର ପାଇଁ କଂଗ୍ରେସ ଗୋତ୍ର ବିନା ସରକାର ଗଢ଼ିଲା । ୧୬ ତମ ଲୋକସଭାରେ ଅଧିକ ମହିଳା ନିର୍ବାଚିତ ହୋଇଥିଲେ । ପ୍ରଥମଥର ପାଇଁ ୪୪ ଜଣ ମହିଳା ସାଂସଦ ହୋଇପାରିଛନ୍ତି । ଏହି ଅବସରରେ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧି କହୁଥିଲେ ଯେ ସେ କହିଲେ ଭୂମିକମ୍ପ ଆସିଯିବ । କିନ୍ତୁ ଗତ ୫ ବର୍ଷରେ କୌଣସି ଭୂମିକମ୍ପ ଆସିଲାନାହିଁ  ।