ସଫଳତାକୁ ମିଳିଲା ସମ୍ମାନ ! ଓଡିଶାକୁ ପ୍ରଶଂସା କଲେ ମୋଦି ସରକାର

29

କନକ ବ୍ୟୁରୋ : ସଫଳତାକୁ ମିଳିଲା ସମ୍ମାନ । ଜାତୀୟ ସ୍ତରରେ ସମ୍ମାନୀତ ହୋଇଛି ଓଡିଶା । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଗ୍ରାମ୍ୟାଂଚଳରେ ଭଲ ସଡକ ନିର୍ମାଣ କରି ୩ଟି ପୁରସ୍କାର ହାତେଇଛି ଓଡିଶା । ଆଜି ବିଜ୍ଞାନ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦେଇଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍ । ରାଜ୍ୟ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଗ୍ରାମୀଣ ବିକାଶ ବିଭାଗରେ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟରତ ଭାରତ ଚନ୍ଦ୍ର ପ୍ରଧାନ ।

ବର୍ଷ ୨୦୧୬-୧୭ରେ ପିମଏଜିଏସୱାଇ ଅଧୀନରେ ସବୁଠାରୁ ଅଧିକ ଲମ୍ବା ସଡକ ନିର୍ମାଣ କରି ଦ୍ୱିତୀୟ ସ୍ଥାନରେ ରହି ଆୱାର୍ଡ ପାଇଛି ଓଡିଶା । ତେବେ ପ୍ରଥମ ସ୍ଥାନରେ ସ୍ଥାନରେ ରହିଛି ବିହାର । ରିପୋର୍ଟ ଅନୁସାରେ, ଗତ ୧୭ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଂଚଳରେ ପ୍ରାୟ ୪୭,୯୪୦ କିଲୋମିଟର ରାସ୍ତା ନିର୍ମାଣ ହୋଇଛି । ସେହିପରି ବର୍ଷ ୨୦୧୬-୧୭ରେ ସର୍ବାଧିକ ଜନବସତି ସ୍ଥାପନ କରି ଦ୍ୱିତୀୟ ସ୍ଥାନରେ ରହିଛି ରାଜ୍ୟ । ପରିଶେଷରେ ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାର କରି ଦ୍ୱିତୀୟ ପୁରସ୍କାର ଓଡିଶା ପାଇଥିବା ବେଳେ ପ୍ରଥମ ହୋଇଛି ମଧ୍ୟପ୍ରଦେଶ । ତେବେ ଏହି ସଫଳତା ପାଇଁ ରାଜ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।