ଲୋୟର ପିଏମଜିରେ ନର୍ସଙ୍କ ଧାରଣା ଜାରି ! ବଲାଙ୍ଗୀର ନବ ନିର୍ମିତ ମାତୃଶିଶୁ ଚିକିତ୍ସା ୟୁନିଟରେ ରୋଗୀ ସେବା ବାଧାପ୍ରାପ୍ତ

20

କନକ ବ୍ୟୁରୋ : ଜାରି ରହିଛି ନର୍ସଙ୍କ ଆନ୍ଦୋଳନ । ବିଭିନ୍ନ ଦାବି ନେଇ ନର୍ସ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଦରମା ବୃଦ୍ଧି, ସ୍ୱାସ୍ଥ୍ୟସେବାରେ ଠିକା ନିଯୁକ୍ତି ବନ୍ଦ ସହ ସ୍ଥାୟୀ ନିଯୁକ୍ତି ଦାବି ଭଳି ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛି ନର୍ସ ସଂଘ । ଡାକ୍ତରଖାନା ଛାଡି ନର୍ସମାନେ ରାଜରାସ୍ତାରେ ବସିଥିବା ବେଳେ ରୋଗୀ ସେବା ପ୍ରଭାବିତ ହୋଇଛି ।

ବିଭିନ୍ନ ଦାବୀ ନେଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାର ଏନଆରଏଚମ ନର୍ସ ଧାରଣା ଦେଇଛନ୍ତି । ନର୍ସମାନଙ୍କ ଅନୁପସ୍ଥିତିରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହୋଇଛି । ନବ ନିର୍ମିତ ମାତୃଶିଶୁ ଚିକିତ୍ସା ୟୁନିଟରେ ୧୦୦ରୁ ଅଧିକ ନର୍ସ ଆଗରୁ ଥିଲେ । ଏବେ କିନ୍ତୁ ମାତ୍ର ୨ରୁ ୩ ଜଣ ଡାକ୍ତର କାମ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ । ଲୋକେ ଡାକ୍ତର ଦେଖାଇ ଇଂଜେକସନ ହାତରେ ଧରି ଖୋଜି ବୁଲୁଛନ୍ତି, ସେପଟେ ରୋଗୀ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଯଦି ଯଥା ଶିଘ୍ର ଏମାନଙ୍କ ସମାଧାନ ନ କରାଯାଏ ତେବେ ଆଗକୁ ଅବସ୍ଥା ଭୟାଭହ ହେବ ବୋଲି କୁହାଯାଉଛି ।