ଖାଉଟିଙ୍କୁ ଆଶ୍ୱସ୍ତି : ଚଳିତବର୍ଷ ବଢିବନି ବିଦ୍ୟୁତ୍ ଶୁଳ୍କ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ବର୍ଷ ବଢିବ ନାହିଁ ବିଦ୍ୟୁତ୍ ଶୁଳ୍କ । ବର୍ଷ ମଝିରେ ବିଜୁଳି ଦର ବଢିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ଶକ୍ତି ସଚିବ ରାଜେଶ ବର୍ମା । ଶୁଳ୍କ ବୃଦ୍ଧି ପାଇଁ ଗ୍ରୀଡକୋ, ଓପିଜିସି ଓ ଓଏଚଆରସି ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଆବେଦନ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏଭଳି କୌଣସି ସମ୍ଭାବନା ନାହିଁ ବୋଲି ବିଭାଗୀୟ ସଚିବ ସ୍ପଷ୍ଟ କରିଛନ୍ତି।