ନୟାଗଡ: ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟର ୩ ଦିନ ପରେ ଏବେ ନିଜ ନିଜ ସୁନା ପାଇଁ ବ୍ୟାଙ୍କରେ ଲାଗିଛି ଗ୍ରାହକଙ୍କ ଭିଡ

36

କନକ ବ୍ୟୁରୋ: ନୟାଗଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନଦିପହରେ ସମସ୍ତଙ୍କ ଆଖି ସାମ୍ନାରେ ଅତି ସହଜରେ ୨୫୬ ପ୍ୟାକେଟ୍ ସୁନା ଲୁଟିନେଲେ ଦୁବୃତ । ମୁଣ୍ଡରେ ହେଲମେଟ୍ ପିନ୍ଧି, ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି କୋଡିଏ ମିନିଟରେ କଳାକନା ବୁଲାଇଦେଲେ କୋଟିଏ ଟଙ୍କାର ସୁନା । ଲୁଟର ୩ ଦିନ ପରେ ଏବେ ନିଜ ନିଜ ସୁନା ପାଇଁ ବ୍ୟାଙ୍କରେ ଭିଡ ଲଗାଉଛନ୍ତି ଗ୍ରାହକ ।

୩ ଦିନ ହେଲା ଆଖିରୁ ଲୁହ ଶୁଖୁନି । ମନକୁ ଯେତେ ବୁଝାଇଲେ ବି ବୁଝୁନି । କେମିତି ବା ବୁଝିବ । ସ୍ୱାମୀଙ୍କ ଦେହ ଭଲ ନାହି ାଁ ପାଖରେ ଥିବା ସୁନା ଏବଂ ଆଉ କିଛି ସୁନା ସମ୍ପର୍କୀୟଙ୍କୁ ମାଗି ଆଣି ବନ୍ଧା ରଖିଥିଲେ ବ୍ୟାଙ୍କରେ । ବଦଳରେ ଆଣିଥିଲେ ୩୪ ହଜାର ଟଙ୍କା । ହେଲେ ବ୍ୟାଙ୍କ ଡକାୟତି ପରେ ଏବେ ନିଜ ସୁନା ମାଗୁଛନ୍ତି ସଂପର୍କୀୟ ।

ଏ ହେଉଛନ୍ତି କସ୍ତୁରୀବାଳା ସାହୁ । ଘରେ ରୋଗୀ ଶ୍ୱଶୁର । ଦେହ ଜମା ଭଲ ରହୁନି । ସ୍ୱାମୀ ନଥିବାରୁ ଶ୍ୱଶୁରଙ୍କ ଚିକିତ୍ସା ଦାୟିତ୍ୱ ତାଙ୍କରି କାନ୍ଧରେ । କିଛି ଦିନ ତଳେ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସୁନା ବନ୍ଧକ ର୪ଖି ୮୦ ହଜାର ଟଙ୍କା ଆଣିଥିଲେ କସ୍ତୁରୀ ।

ସମାନ ଅବସ୍ଥା ସରୋଜୀନିଙ୍କର । ୪ ବର୍ଷ ତଳେ ଋଣ କରି ଝିଅ ବାହାଘର କରିଥିଲେ । ହେଲେ ଟଙ୍କା ସୁଝିପାରିନଥିଲେ । ଋଣ ଦେଇଥିବା ଲୋକେ ବାରମ୍ବାର ଟଙ୍କା ମାଗିବାରୁ ଝିଅଠାରୁ ସୁନା ମାଗି ଆଣି ବ୍ୟାଙ୍କରେ ବନ୍ଧା ରଖିଥିଲେ । ସୁନା ବଦଳରେ ବ୍ୟାଙ୍କ ଦେଇଥିବା ୭୦ ହଜାର ଟଙ୍କାରେ ବାକି ସୁଝିଥିଲେ । ହେଲେ ବ୍ୟାଙ୍କ ଲୁଟ୍ ହେବା ପରେ ନିଦ ହଜିଯାଇଛି ଉଭୟଙ୍କର ।

ଅନ୍ୟପେଟ,ନୟାଗଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍କୁ ୩ ଦିନ ବିତିଲାଣି । ହେଲେ ଲୁଟେରାଙ୍କ ଟେର୍ ପାଇପାରୁନି ପୋଲିସ । ଏପଟେ ନିଜ ନିଜ ସୁନା ମାଗିବାକୁ ପ୍ରତିଦିନ ବ୍ୟାଙ୍କ ଆଗରେ ଭିଡ ଜମାଉଛନ୍ତି ଗ୍ରାହକ ।