ଖୁବ୍ ଶୀଘ୍ର କଂଗ୍ରେସରେ ହେବ ନବକଳେବର । କର୍ମୀଙ୍କୁ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଆହ୍ୱାନ

25

କନକ ବ୍ୟୁରୋ: ନିକଟରେ କଂଗ୍ରେସରେ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି କି ? ଦିଲ୍ଲୀରୁ ଆସିଛି କି କିଛି ସନ୍ଦେଶ ? କଂଗ୍ରେସର ଏହି ଦୁଇ ବରିଷ୍ଠ ନେତାଙ୍କ ବୟାନକୁ ନେଇ ପୁଣି ଥରେ ସେହି ପୁରୁଣା ଚର୍ଚ୍ଚା ତାଜା ହୋଇଯାଇଛି । ଦୀର୍ଘ ଦିନର ନୀରବତା ପରେ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଖୁବ୍ ଶୀଘ୍ର କଂଗ୍ରେସର ହେବ ନବକଳେବର । ଏପଟେ ସଂଗଠନ ପ୍ରତି ବୀତସ୍ପୃହ କଂଗ୍ରେସ କର୍ମୀଙ୍କୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଧର୍ଯ୍ୟ ଧରିବାକୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ତେବେ ଦୀର୍ଘ ଦିନ ପରେ ଗୋଟିଏ ମଂଚରେ ନଜର ଆସିଥିଲେ ଅଧିକାଂଶ ବରିଷ୍ଠ କଂଗ୍ରେସ ନେତାଙ୍କୁ । ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଡାକରାରେ ଦଳିତଙ୍କ ଅଧିକାରକୁ ନେଇ ଉପବାସ କରିଥିଲେ । କିନ୍ତୁ କେବଳ ଏହି ଦୁଇ ନେତା ନୁହେଁ, ଉପସ୍ଥିତ ଅନ୍ୟ ନେତାଙ୍କଠାରୁ ମଧ୍ୟ ମିଳିଥିଲା ଏମିତି କିଛି ସଙ୍କେତ ।

ଉଲ୍ଲେଖଥାଉ କି, କିଛି ଦିନ ପୂର୍ବରୁ ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ପିସିସିରେ ଆମୂଳଚୁଳ ପରିବର୍ତ୍ତନ ହେବ ବୋଲି କହିଛନ୍ତି । ଏବେ ଏହି ଦୁଇ ନେତାଙ୍କ ବୟାନ ପରେ କଂଗ୍ରେସ ରାଜନୀତିରେ ପୁଣି ପରିବର୍ତ୍ତନ ଚର୍ଚ୍ଚା ମୁଣ୍ଡ ଟେକିଛି ।