ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

30

୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ । ଦିଲ୍ଲୀ ସେଭେନ୍ ରେସ୍କୋର୍ସ ରୋଡସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ଭେଟିବା ଅବସରରେ କେନ୍ଦ୍ରୀୟ ଅନୁଦାନ, କୋଲ ବ୍ଲକ ଆବଂଟନ ନେଇ ନବୀନ ଆଲୋଚନା କରିଛନ୍ତି । ଏହା ସହ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବହୁ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି । ଏହା ସହ ରାଜ୍ୟରେ ସବୁଜ ଓ ସୁସ୍ଥ ପରିବେଶ ପାଇଁ ଅଧିକ ଅନୁଦାନ ଦାବି କରିଛନ୍ତି ନବୀନ ।