ଲୋକସଭାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ! କହିଲେ, କଂଗ୍ରେସ ଜହରର ମୂଲ୍ୟ ଦେଉଛି ଦେଶ

20

କନକ ବ୍ୟୁରୋ : ଲୋକସଭାରେ ଆଜି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, କଂଗ୍ରେସ ଜହରର ମୂଲ୍ୟ ଦେଉଛି ଦେଶ । ଆଜି ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ସମୟରେ ମୋଦି କହିଛନ୍ତି ରାଷ୍ଟ୍ରପତିଙ୍କ ଭାଷଣ କୌଣସି ଦଳର ନୁହେଁ । ଦେଶକୁ କଂଗ୍ରେସ ବିଭାଜନ କଲା ଓ ଯେଉଁ ବିଷ ବୁଣିଲା ତାର ମୂଲ୍ୟ ଦେଉଛି ଦେଶ ।

ଭାରତ ସ୍ୱାଧୀନ ହେବା ପରେ ଅନେକ ଦେଶ ସ୍ୱାଧୀନ ହେଲା । କିନ୍ତୁ ସଂପୃକ୍ତ ଦେଶଗୁଡିକ ଆମଠୁ ଆଗକୁ ବଢିଗଲେ । ଆମେ ଆଗକୁ ବଢିପାରିଲୁନି ଆମକୁ ଏହା ମାନିବାକୁ ପଡିବ । କେବଳ ନେହେରୁ ଓ କଂଗ୍ରେସ ଦେଶକୁ ଲୋକତନ୍ତ୍ର ଦେଇନାହାନ୍ତି । ଏହା ପୂର୍ବରୁ ବି ଦେଶରେ ଲୋକତନ୍ତ୍ର ଥିଲା ବୋଲି କହିଛନ୍ତି ମୋଦି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିଫକ୍ଷକୁ ଟାର୍ଗେଟ କରି କହିଲେ, ସମସ୍ତ ବେକାରି ସମସ୍ୟା ଉପରେ କଥା ଉଠାଉଛନ୍ତି । ତେବେ କେବଳ ବେକାରିଙ୍କ କଥା ନକହି ନିଯୁକ୍ତି ରିପୋର୍ଟ ବିଷୟରେ ମଧ୍ୟ ଆଲାଚନା କିରବା ଉଚିତ୍ । ସେ କହିଛନ୍ତି ପଶ୍ଚିମବଙ୍ଗ,କର୍ଣ୍ଣାଟକ , ଓଡ଼ିଶା ସମେତ ଚାରୋଟି ଅଣ ବିଜେପି ଶାସିତ ରାଜ୍ୟରେ ଏକ କୋଟି ଲୋକଙ୍କୁ ରୋଜଗାର ପ୍ରଦାନ କରାଯାଇଛି ।

ଅଧାରକୁ ନେଇ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ମୋଦି କହିଛନ୍ତି, କଂଗ୍ରେସ ଯେତେବେଳେ ଆଧାର ଆଣିଥିଲା, ତାକୁ ନେଇ ଅନେକ ଦ୍ୱଦ୍ୱରେ ଥିଲେ । ଏବେ ଅଧାରକୁ ବୈଜ୍ଞାନିକ ଉପାୟରେ ବ୍ୟବହାର କରାଗଲା । ଏବେ ପର୍ଯ୍ୟନ୍ତ ବିଧବା , ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ମିଳୁଥିବା ପେନସନ ରାଶି ଲୋକଙ୍କ ପାଖରେ ପହଞ୍ଚିପାରୁ ନଥିଲା । ସବୁ ଟଙ୍କା ବାଟମାରଣା ହେଉଥିଲା । କିନ୍ତୁ ଏବେ ବୈଜ୍ଞାନିକ ଉପାୟରେ ଅଧାରର ସଠିକ ବ୍ୟବହାର ଯୋଗୁଁ ସସମସ୍ତଙ୍କୁ ଠିକ ସମୟରେ ପେନସନ୍ ମିଳିପାରୁଛି । ଆଉ ଏବେ କଂଗ୍ରେସକୁ ଆଧାର ଲାଗୁ କରିବାର ଉପାୟ ଉପରେ ଅସୁବିଧା ହେଉଛି । ସେପଟେ ମୋଦିଙ୍କ ଅଭିଭାଷଣ ବେଳେ ବିରୋଧୀ ହଙ୍ଗାମା କରିଥିଲେ । ଏଥିରେ ଏନଡିଏର ସହଯୋଗୀ ତେଲୁଗୁ ଦେଶମ ପାର୍ଟି ବି ସାମିଲ ହୋଇଥିଲା ।