ଭୁବନେଶ୍ୱର : ଭାରତ ବନ୍ଦକୁ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଚକାଜାମ ଆନ୍ଦୋଳନ ଡାକରା

49

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଚକାଜାମ ଆନ୍ଦୋଳନ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା, ଚାଷୀଙ୍କ ରୁଣ ଛାଡ ଓ ଚାଷୀଙ୍କୁ ପେନସନ ଦାବି ନେଇ ଏହି ଆନ୍ଦୋଳନ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠନର ୨ ଘଂଟିଆ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜଧାନୀରେ ସଂଗଠନର କର୍ମକର୍ତ୍ତା ରେଲୱେ ଷ୍ଟେସନରେ ବିକ୍ଷୋଭ କରିବା କାର୍ଯ୍ୟକ୍ରମ ରହିଛି ।