କନକ ବ୍ୟୁରୋ : ବିମୁଦ୍ରାକରଣ ନେଇ ସାରା ଦେଶରେ ଆଶା-ଆଶଙ୍କାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ବିମୁଦ୍ରାକରଣର ଉଦ୍ଦେଶ୍ୟକୁ ନେଇ ସେ ଅରାଜି ନୁହନ୍ତି, କିନ୍ତୁ ଯେଭଳି ପୁରା ପ୍ରକ୍ରିୟାକୁ ପରିଚାଳନା କରାଗଲା, ତାହା ବିଫଳତାର ସ୍ମାରକୀ ହୋଇ ରହିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ମନମୋହନ ପ୍ରଶ୍ନ କରିଥିଲେ, ଏମିତି କୌଣସି ଦେଶ ନାହିଁ ଯେଉଁଠାରେ ଲୋକ ଜମା କରିଥିବା ଟଙ୍କା ଉଠାଇବାକୁ ସରକାର ବାରଣ କରିବେ । ଏହି ପଦକ୍ଷେପ ସାଧାରଣ ଲୋକଙ୍କୁ ବହୁ ଅସୁବିଧାରେ ପକାଇଥିବା ସେ କହିଛନ୍ତି ।
ସେପଟେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ସବୁଠାରୁ ବେଶୀ କଳାଧନ ଜମା ହୋଇଥିଲା । ଆଜି ରାଜ୍ୟସଭାରେ ମନମୋହନ ସିଂଙ୍କ ସରକାରକୁ ଆକ୍ରମଣ ପରେ ଏକ ରୋଚକ ଦୃଶ୍ୟ ଦେଥିବାକୁ ମିଳିଥିଲା । ସଂସଦ ଭବନର କ୍ୟାଂଟିନରେ ମନମୋହନ ସିଂଙ୍କ ପାଖକୁ ଉଠି ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ହାତ ମିଳାଇ ବେଶ୍ ହାଲୁକା ଢଙ୍ଗରେ ଉଭୟ କିଛି ସମୟ ପାଇଁ କଥା ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଂସଦ ଓ କର୍ମଚାରୀ ମାନେ ଚାହିଁ ରହିଥିଲେ । କାରଣ ମୋଦିଙ୍କ ପଦକ୍ଷେପକୁ କଡା ସମାଲୋଚନା କରିବା ପରେ ପରେ ଏହି ଘଟଣା ଘଟିଥିଲା ।