ଭୁବନେଶ୍ୱର : ବମିଖାଲ ଜନସେବା କେନ୍ଦ୍ରର ମ୍ୟାନେଜର ମନୋରଂଜନ ବେହେରାଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

35

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱରର ବମିଖାଲ ଦୁର୍ଗାମଣ୍ଡପ ନିକଟରେ ଜନସେବା କେନ୍ଦ୍ରର ମ୍ୟାନେଜର ମନୋରଂଜନ ବେହେରାଙ୍କୁ ଗୁଳିମାଡ ହୋଇଛି । ମ୍ୟାନେଜରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିମାଡ କରିବା ପରେ ଦୁର୍ବୃତ୍ତ ବନ୍ଧୁକ ଛାଡି ଖସି ପଳାଇଥିବା ସୂଚନା ମିଳିଛି । ଆହତ ମନୋରଂଜନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏହି ଗୁଳିମାଡ ହୋଇଛି ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।