ବିହାରରେ ବଦଳିବ ରାଜନୀତି ପାଣିପାଗ ! ନିଜର ଆସନକୁ ନିୟନ୍ତ୍ରଣ କରିବାରେ ନୀତିଶ୍ ହେବେ କି ସଫଳ?

38

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁ ରାଜନୈତିକ ଦଳ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ବିହାରର ଜେଡିୟୁ (ଜନତାଦଳ ୟୁନାଇଟେଡ୍) ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ମୁଖ୍ୟ ନୀତିଶ୍ କୁମାର କହିଛନ୍ତି , “ ଆମେ ମେଣ୍ଟରେ ସରକାର କରିଛୁ । ତେଣୁ ଆଗାମୀ ଦିନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ଆଲୋଚନା କରିବାର ଆବଶ୍ୟକତା ରହିଛି । ୨୦୧୫ ମସିହାରେ ଭାରତୀୟ ଜନତା ଦଳର ସମର୍ଥନରେ ଆମେ ଜିତିଛୁ । ତେଣୁ କିଏ କେଉଁ ଆସନରେ ପ୍ରାର୍ଥୀ ହେବ ତାହା ଆମେ ଚିନ୍ତା କରିବୁ” ବୋଲି ନୀତିଶ୍ କହିଛନ୍ତି ।

 

୨୦୧୫ ମସିହାରେ ୨୪୩ ବିଶିଷ୍ଟ ବିଧାନ ସଭା ଆସନରୁ ଜେଡିୟୁ ମୋଟ ୭୧ ସିଟରେ ବିଜୟ ହୋଇଥିଲା । ପରେ ମେଣ୍ଟକରି ସରକାର ଗଠନ କରିଥିଲା । ପୂର୍ବରୁ ନୀତିଶ୍ ‘ମହାମେଣ୍ଟ’ରେ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ପରେ ବିଜେପି ସହ ମିଶିଲା ପରେ ଏହି ମହାମେଣ୍ଟଠାରୁ ଦୂରରେ ରହିଛି ଜେଡିୟୁ । ବିଜେପି ୫୩ ସିଟରେ ବିଜୟ ହୋଇଥିବା ଜଣା ପଡିଛି ।

ଏକ ଇଂରାଜୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନୀତିଶ୍ କହିଛନ୍ତି, ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଲୋକସଭା ଆସନରେ ପ୍ରାର୍ଥୀ ଚୟନ ପ୍ରକ୍ର୍ିୟା ଆରମ୍ଭ ହୋଇନାହିଁ । ବିଜେପି କେଉଁ ଆସନରେ ପ୍ରାର୍ଥୀ ଦେବ ଓ ଆମେ କେଉଁ ଆସନରେ ପ୍ରାର୍ଥୀ ଦେବୁ ତାହା ଆଲୋଚନା ପରେ ସ୍ଥିର ହେବ । ତଥାପି ମୋର ବିଶ୍ୱାସ କି ଆମେ ନିଶ୍ଚିତ ଭାବରେ ବିଜୟ ହେବୁ ।