କରିସ୍ମା କପୁରଙ୍କ ବୟଫ୍ରେଣ୍ଡ୍‌ ତାଙ୍କ ସ୍ତ୍ରୀଙ୍କୁ କହିଲେ ମାନସିକ ରୋଗୀ !

77

ଆଜିକାଲି କରିସ୍ମା କପୁର ଔଷଧ କଂପାନୀର ସିଇଓଙ୍କ ସହିତ ଡେଂଟିରେ ଅଛନ୍ତି । କରିସ୍ମା ତାଙ୍କ ସଂପର୍କ ବିଷୟରେ ଖୋଲିକି କିଛି କହୁ ନ’ଥିବା ବେଳେ କରିସ୍ମାଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ସହିତ ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳୁଛି । ଦୁଇଜଣଙ୍କୁ ଏକାସାଙ୍ଗରେ ଛୁଟି କାଟିଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି ।

ଶୁଣିବାକୁ ମିଳୁଛି ସନ୍ଦୀପଙ୍କ ଛାଡପତ୍ର ପରେ କରିସ୍ମା ତାଙ୍କୁ ବିବାହ କରିବେ । ସନ୍ଦୀପ ତାଙ୍କର ଡାକ୍ତରୀ ସ୍ତ୍ରୀଙ୍କ ଠାରୁ ଅଲଗା ହେବାପାଇଁ ଚାହୁଁଛନ୍ତି । କିନ୍ତୁ ଏହା ପାଇଁ ସନ୍ଦୀପଙ୍କ ତରିକା ଟିକେ ଭିନ୍ନ । ବିଶ୍ୱସ୍ତସୂତ୍ରରୁ ଖବର ମିଳିଛି ସନ୍ଦୀପ ତାଙ୍କ ବିବାହିତ ସ୍ତ୍ରୀଙ୍କ ଠାରୁ ଅଲଗା ହେବା ପାଇଁ , ତାଙ୍କ ସ୍ତ୍ରୀଙ୍କୁ ସେ ପାଗଳ ବୋଲି କହିଛନ୍ତି ।

ମାନସିକ ରୋଗରେ ତାଙ୍କ ସ୍ତ୍ରୀ ପୀଡିତ ଥିବାରୁ ସେ ଭାବନ୍ତି ଯେ,ସମସ୍ତେ ତାଙ୍କର ଖରାପ କରିବା ପାଇଁ ଚାହୁଁଛନ୍ତି । ବହୁତ ସମୟରେ ସେ ବହୁତ ରାଗି ମଧ୍ୟ ଯାଇଥାନ୍ତି । କିନ୍ତୁ ଏହି ପରିପ୍ରେକ୍ଷୀରେ ସନ୍ଦୀପଙ୍କ ସ୍ତ୍ରୀଙ୍କ ଯୁକ୍ତି କିନ୍ତୁ କିଛି ଅଲଗା । ସେ କହିବା ମୂତାବକ ସନ୍ଦୀପ ତାଙ୍କୁ ଧୋକା ଦେବା ସହିତ, ବିବାହ କରି ମଧ୍ୟ ଆଉ କାହାସହିତ ସମ୍ପର୍କରେ ରହିଛନ୍ତି ସନ୍ଦୀପ ।

ବିଭିନ୍ନ ପ୍ରକାର ଆଲେଚନାରୁ ଗୋଟିଏ କଥା ସାମ୍ନାକୁ ଆସିଛି ଯେ, ସନ୍ଦୀପ ତାଙ୍କ ସ୍ତ୍ରୀଙ୍କ ଠାରୁ ଅଲଗା ହେବାପରେ କରିସ୍ମା କପୁରଙ୍କୁ ବାହା ହେବାର ସବୁପ୍ରକାର ସମ୍ମତି ଜଣାପଡୁଛି ।