କାଶ୍ମୀର ସ୍ଥିତି ଶାନ୍ତ : ସହିପାରୁନି ପାକିସ୍ତାନ, ଆତଙ୍କାବାଦୀ ଆକ୍ରମଣ କରାଇବାକୁ ଷଡ଼ଯନ୍ତ୍ର ରଚୁଛି ପଡ଼ୋଶୀ ଦେଶ

551

କନକ ବ୍ୟୁରୋ : କାଶ୍ମୀରରେ ସ୍ଥିତି ଏବେ ଶାନ୍ତ । କାଶ୍ମୀରର ଶାନ୍ତ ପରିବେଶକୁ ଦେଖି ସହିପାରୁନି ପାକିସ୍ତାନ । କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ଲଗାତାର ପ୍ରୟାସ ଜାରି ରଖିଛି । ଅନ୍ୟପଟେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସମସ୍ତ ସେନା, ଏୟାର ଫୋର୍ସ ସମେତ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଛି ।

ସୂଚନା ଅନୁସାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ, ଘାଟିରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଘାଟିରେ ପରିବର୍ତ୍ତିତ ସ୍ଥିତିକୁ ଦେଖି ପାକିସ୍ତାନ ଅଧିକ ବିଳିବିଳିେଇ ହେଉଛି । ଆତଙ୍କୀଙ୍କୁ ସୀମାପାର କରାଇବା ଉଦ୍ଦେଶ୍ୟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘଡନ କରୁଛି । ତେବେ ପାକିସ୍ତାନ ଏହି ପେଞ୍ଚ ତା’ ଉପରେ ହିଁ ଓଲଟା ପଡ଼ିଛି । ସୀମାରେ ମୁତୟନ ଭାରତୀୟ ଯବାନ ଅନୁପ୍ରବେଶକାରୀଙ୍କୁ କଡ଼ା ଜବାବ ଦେଉଛନ୍ତି । ଅନେକ ପାକିସ୍ତାନୀ ସୈନିକ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ।

ଜମ୍ମୁ–କାଶ୍ମୀରରେ ଧାରା ୩୭୦ ହଟାଇବା ପରେ ତଥା ରାଜ୍ୟର ପୁନର୍ଗଠନ ପରେ ପାକିସ୍ତାନ ଚନ୍ତାରେ । ଗୁଇନ୍ଦା ସୂତ୍ର ଅନୁସାରେ ପାକିସ୍ତାନି କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚାଲ ଚଳାଇଛି । ଗୋଟିଏ ପଟେ ଜାତିସଂଘରେ ପାକିସ୍ତାନ ନିରାଶ ହୋଇଛି । ତଥାପି ସୁଧୁରୁନି ପାକିସ୍ତାନ । ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଭାରତକୁ ସମର୍ଥନ କରିଛି ଋଷ୍ । କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା କରନ୍ତୁ ଏବଂ ଏଥିରେ ଜାତିସଂଘ ସୁରକ୍ଷା ପରିଷଦ ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ଋଷ କହିଛି । ଚୀନର ସମର୍ଥନ ସତ୍ୱେ ଜାତିସଂଘରେ ପଡ଼ୋଶୀ ଦେଶକୁ ନିରାଶା ମିଳୁଛି ।