ମୋଷ୍ଟ ୱାଣ୍ଟେଡ଼୍ ତାଲିକାରେ ରାମ୍ ରହିମଙ୍କ ପାଳିତା କନ୍ୟା ହନିପ୍ରୀତ୍ ! ଛାନଭିନ୍ ଜାରି ରଖିଛି ହରିୟାଣା ପୋଲିସ୍

30

କନକ ବ୍ୟୁରୋ : ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଫିଟିବାରେ ଲାଗିଛି ବାବା ରାମରହିମଙ୍କ ଗୁମର । ବାବାଙ୍କ ଅନେକ କଳା କାରନାମା ପଛରେ ତଥାକଥିତ ପାଳିତା ଝିଅ ହନିପ୍ରୀତଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ବାବାଙ୍କୁ ଫେରାର କରିବାକୁ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ବି ରହିଛି ହନିପ୍ରୀତଙ୍କ ନାଁ  ।

honeypreet

ପୂର୍ବରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିବା ହରିଆଣା ପୁଲିସ୍ ଜାରି କରିଛି ୪୩ ଜଣ ଷଢ଼ଯନ୍ତ୍ରକାରୀଙ୍କ ତାଲିକା । ଏହି ତାଲିକାର ସବୁଠୁ ଉପରେ ଅଛନ୍ତି ବଳାକ୍ରାରୀ ବାବାଙ୍କ ତଥାକଥିତ ପାଳିତା ଝିଅ ହନିପ୍ରୀତ ଇନସାନ୍ । ତା ପଛକୁ ଅଛନ୍ତି ବାବାଙ୍କ ଘନିଷ୍ଠ ସହଯୋଗୀ ତଥା ଡେରା ପ୍ରବକ୍ତା ଆଦିତ୍ୟ ଇନସାନ୍ । ହନିପ୍ରୀତଙ୍କ ବିରୁଦ୍ଧରେ ବାବାଙ୍କୁ ଫେରାର କରିବାକୁ ଚକ୍ରାନ୍ତର ଅଭିଯୋଗ ଥିବା ବେଳେ ଆଦିତ୍ୟଙ୍କ ବିରୁଦ୍ଧରେ ହିଂସାକାଣ୍ଡ ପାଇଁ ଅନୁଗାମୀଙ୍କୁ ପ୍ରବର୍ତାଇବାର ଆରୋପ ରହିଛି । ଉତର ପ୍ରଦେଶ ରାସ୍ତା ଦେଇ ହନିପ୍ରୀତ ନେପାଳ ଚାଲିଯାଇଥିବା ହରିଆଣା ପୁଲିସ ସନ୍ଦେହ କରି ହାଇ ଆଲର୍ଟ ଜାରି କରିଛି । ୨୩ ଦିନ ପରେ ମଧ୍ୟ ହନିପ୍ରୀତଙ୍କ କୌଣସି ଖବର ମିଳି ପାରିନାହିଁ ।

ରାମରହିମଙ୍କ ଲାଡଲିର ଲମ୍ବା କାହାଣୀ , ପ୍ରତିଟି ପୃଷ୍ଠାରେ ବାବା ବଳାତ୍କାରୀ : 

ହନିପ୍ରୀତଙ୍କ ମୂଳ ନାଁ ହେଉଛି ପ୍ରିୟଙ୍କା ତନେଜା । ହରିୟାଣାର ହିସାର ନିବାସୀ ପ୍ରିୟଙ୍କା ବାବାଙ୍କ ପାଖକୁ ଆସନ୍ତି ଶ୍ୱଶୂର ଘର ଯୌତୁକ ନିର୍ଯାତନାର ଅଭିଯୋଗ ସହ । ୨୦୦୯ ମସିହା । ବାବା ପାଳିତା ଝିଅ ହିସାବରେ ଗ୍ରହଣ କରିବା ସହ ତାଙ୍କୁ ନୂଆ ନାଁ ଦିଅନ୍ତି ହନିପ୍ରୀତ ଇନସାନ୍ । ୨୦୧୨ ମସିହା । ବାବା ହନିପ୍ରୀତଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ ସହ କୋର୍ଟରେ ମାମଲା ଦାୟର କରନ୍ତି ତାଙ୍କ ସ୍ୱାମୀ । ପରେ ରାମରହିମଙ୍କ ଚାପ ଯୋଗୁ ସେ ମାମଲା ପ୍ରତ୍ୟାହାର କରିବା ମଧ୍ୟ ଆସେ ସାମ୍ନାକୁ । ତେବେ ମାମଲାର ସମାଧାନ ପରେ ଆଉ ଘରକୁ ଫେରନ୍ତି ନାହିଁ ବାବାଙ୍କ ଲାଡଲି ।

ବାବାଙ୍କ ବିଳାସର ମାଷ୍ଟର ମାଇଣ୍ଡ ହନିପ୍ରୀତ, ରଂଗିଲା ରାମରହିମଙ୍କ ପାଇଁ କରୁଥିଲେ ଝିଅ ଯୋଗାଡ୍
ଅଡ଼ିଓ ରିଲିଜ୍ ପାର୍ଟି ହେଉ କିମ୍ବା ଫିଲ୍ମ ପ୍ରିମିୟର୍ ବାବା ରାମରହିମଙ୍କ ଛାଇ ପରି ରହୁଥିଲେ ହନିପ୍ରୀତ । ଫିଲ୍ମ ନିର୍ମାଣର ସବୁକିଛି ଥିଲା ତାଙ୍କ ନିୟନ୍ତ୍ରଣରେ । ବାବାଙ୍କ ପାଇଁ ନିଜ ପରିବାର ସଦସ୍ୟଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲେ ବାବାଙ୍କ ଏହି ପାଳିତା ଝିଅ । ଯେଉଁ କାରଣରୁ ରାମରହିମ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତାଙ୍କୁ ଫେରାର୍ କରିବାକୁ ଚକ୍ରାନ୍ତ କରିଥିଲେ ହନିପ୍ରୀତ । ବାବାଙ୍କୁ ଫେରାର କରିବା ପାଇଁ ଏକ ନାଲି ବ୍ୟାଗ ବ୍ୟବହାର କରାଯାଇ ଥିଲା ଯାହା ରହିଥିଲା ହନିପ୍ରୀତଙ୍କ ହାତରେ । ରେଡ୍ ବ୍ୟାଗକୁ ସଙ୍କେତ ହିସାବରେ ବ୍ୟବହାର କରାଯାଇ ବାବାଙ୍କୁ କୋର୍ଟରୁ ଗାୟବ କରିବାକୁ ରଚିଥିଲେ ବ୍ଲୁ ପ୍ରିଂଟ୍ । ତେବେ ସଫଳ ହୋଇନଥିଲା ହନିପ୍ରୀତଙ୍କ ଉଦ୍ଦେଶ୍ୟ । ଏବେ ଫେରାର୍ ହନିପ୍ରୀତଙ୍କୁ ଗିରଫ ପାଇଁ ପୁଲିସ ଜୋରଦାର କରିଛି ତଦନ୍ତକୁ ।