ହାର୍ଟ ଅଫ୍ ଏସିଆ ସମ୍ମିଳନୀ : ଭାରତରେ ପହଂଚିଲେ ସରତାଜ୍ ଅଜିଜ୍, ଦ୍ୱିପାକ୍ଷିକ ଆଲୋଚନା ସମ୍ଭାବନା

45

ପଂଜାବ : ପଂଜାବ ଅମ୍ରିତସରରେ ଆରମ୍ଭ ହୋଇଥିବା ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଆଜି ମନ୍ତ୍ରୀସ୍ତରୀୟ ଆଲୋଚନାକୁ ମିଳିତ ଭାବେ ଉଦଘାନଟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘାନୀ । ଏହି  ଉଦଘାନନୀ କାର୍ଯ୍ୟକ୍ରମ ପୂର୍ବରୁ ମୋଦି ଏବଂ ଘାନୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମଳନୀରେ ଯୋଗଦେବା ପାଇଁ ଗତକାଲି ରାତିରେ ଅମ୍ରିତସରରେ ପହଂଚିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ପରାମର୍ଶ ଦାତା ସରତାଜ୍ ଅଜିଜ୍ । ଆଜି ସକାଳେ ସେ ଅମ୍ରିତସରରେ ପହଚିଂବାର କାର୍ଯ୍ୟକ୍ରମ ଥିଲେ ସୁ୍ଦ୍ଧା କୋହଳା ପାଗକୁ ଦୃଷ୍ଟିରେ ରଖି ସେ ଗୋଟିଏ ଦିନ ପୂର୍ବରୁ ଏହି ସମ୍ମିଳନୀରେ ସାମିଲ ହେବା ପାଇଁ ପହଂଚିଛନ୍ତି ।

ସରତାଜଙ୍କ ଏହି ଗସ୍ତ ଉଭୟ ଭାରତ ଏବଂ ପାକସ୍ତାନର କୁଟନୈତିକ ସଂପର୍କ ପାଇଁ ବେଶ ଗୁରୁତ୍ୱବହନ କରୁଛି । ଭାରତର ସିର୍ଜିକାଲ ଷ୍ଟ୍ରାଇକ୍ ପରେ ସୀମାରେ ଲାଗି ରହିଥିବା ଉତେଜନା ଏବଂ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବାର ସଂଭାବନା ରହିଛି । ଗତକାଲି ମୋଦି-ସରତାଜଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ଏ ସଂପର୍କରେ କୌଣସି ଆଲୋଚନା କରିନଥିବା ସୂଚନା ମିଳିଛି ।