ଡେରାରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ! ନମ୍ବର ବିହୀନ ବିଳାସପୂର୍ଣ୍ଣ କାର ଓ ଫ୍ଲାଷ୍ଟିକ ମୁଦ୍ରା ଜବତ

63

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲଦଣ୍ଡର ଶୁଣାଣି ହୋଇଛି । ସାଧ୍ୱୀ ଦୁÃcð ମାମଲାରେ ଏବେ ରାମ ରହିମ ଦଣ୍ଡ ଭୋଗୁଛନ୍ତି । ହରିୟାଣାର ସିରସା ସ୍ଥିତ ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ । ସର୍ଚ୍ଚ ଅପରେସନରେ ଅର୍ଦ୍ଧ ସୈନିକ ବଳ ଓ ପୋଲିସର ୫ହଜାର ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ଡେରା ମୁଖ୍ୟାଳୟ ପରିସରରେ ବହୁ ଲୋକଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ହରିୟାଣା ପୋଲିସ ମାଟି ଖୋଲିବା ପାଇଁ ଜେସିବି ମେସିନର ସହାୟତା ମଧ୍ୟ ନେଉଛି । ୭ଶହ ଏକର ଜମିରେ ଅବସ୍ଥିତ ଅଛି ଡେରା ସଚ୍ଚା ସୌଦା । ସର୍ଚ୍ଚ ଅପରେସନର ଭିଡିଓଗ୍ରାଫି କରାଯିବା ପାଇଁ ମଧ୍ୟ ନିଷ୍ପତି ହୋଇଛି ।

gurmeet-ram-rahim-dera-sacha-sauda-search-operationସର୍ଚ୍ଚ ଅପରେସନ ପାଇଁ ପୁଲିସ ଛାଉଣୀରେ ପରିଣତ ହୋଇଛି ସିରସା । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତନ୍ନ ତନ୍ନ କରି ଗାଡି ମଟର ଯାଂଚ କରୁଛି ପୁଲିସ । ସବୁ ପ୍ରକାର ପରିସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ସୁରକ୍ଷାକର୍ମୀ । ଏହାଛଡା ବାବାଙ୍କ ଭକ୍ତ କାଳେ କୌଣସି ଅଘଟଣ ଘଟାଇବେ । ପୋଲିସ ଓ ଯବାନକୁ ଅଲର୍ଟ କରାଯାଇଛି । ପଂଜାବ-ହରିଆଣା ହାଇକୋର୍ଟଙ୍କ ନିଷ୍ପତି ପରେ ଆଜି ତଲାସି ଅଭିଯାନ କରାଯାଇଛି । ହାଇକୋର୍ଟ ଦ୍ୱାରା ନିଯୁକ୍ତ କମିସନର ତଥା ପୂର୍ବତନ ବିଚାରପତି କେଏସ ପୱାରଙ୍କ ତତ୍ୱାବଧାନରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ସିରସା ସ୍ଥିତି ଡେରା ସଚ୍ଚା ସୌଦା ଆଶ୍ରମ ଭିତରେ ଜେସିବି ମେସିନରେ ସନ୍ଦିଗ୍ଧ ସ୍ଥାନ ଖୋଳା ଯାଉଛି । ସର୍ଚ୍ଚ ଟିମ ଡେରାରେ ଥିବା ଏମଏସଜି ଫ୍ୟାସନ ମାର୍ଟ ପହଞ୍ଚି ସାରିଛନ୍ତି । ସେଠାର ମଧ୍ୟ ତଲାସି ଜାରି ରହିଛି । ଏହାସହ ଆଉ ଏମ ଟିମ୍ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ରେଡ଼ିମେଡ଼୍ ଗାରମେଣ୍ଟସ ଫ୍ୟାକ୍ଟ୍ରିର ମଧ୍ୟ ଖାନ ତଲାସି କରୁଛି । ପୁଲସି ପ୍ରଶାସନ ସିରସାରେ ଇଂଟରନେଟ ସେବା ବନ୍ଦ କରିଦେଇଛନ୍ତି । ସିରସା ସ୍ଥିତ ଡେରା ସଚ୍ଚା ସୌଦା ଗେଟ ସଂଖ୍ୟା ୭ରୁ ଟିମ ତଲାସି ଆରମ୍ଭ କରିଛି । ସର୍ବପ୍ରଥମେ ଟିମ୍ ବାବାଙ୍କ ମିଡ଼ିଆ ମନିରଟ କକ୍ଷରେ ପହଞ୍ଚିଥିଲେ ।

Dera ashram searchସେଠାରୁ ମିଳିଥିବା ଲାପଟପ, କମ୍ପ୍ୟୁଟର , ହାଡ଼ ଡ଼ିସ୍କ ଓ ଅନ୍ୟାନ୍ୟ ଉପକରଣକୁ ସିଜ କରିଛି ଟିମ୍ । ଦୁଇଟ ରୁମକୁ ସିଲ କରାଯାଇଛି । ଚଢ଼ାଉ ସମୟରେ ଟିମ ହାତରେ ବିପୁଲ ପରିମାଣର କ୍ୟାସ ଓ ପ୍ଲାଷ୍ଟିକ ମୁଦ୍ରା ମିଳିଛି । ବନମ୍ବର ବିହୀନ କିଛି ବିଳାସପୂର୍ଣ୍ଣ  କାର ମଧ୍ୟ ଜବତ ହୋଇଛି । ଅନ୍ୟପଟେ ଆଉ ଏକ ଟିମ୍ ରାମ ରହିମଙ୍କ ଧ୍ୟାନ କକ୍ଷ, ଚର୍ଚ୍ଚା କକ୍ଷ, ପ୍ରିଣ୍ଟିଂ ପ୍ରେସ୍ ଓ ଗେଷ୍ଟ ହାଉସର ତଲାସି ମଧ୍ୟ ଜାରି ରଖିଛି । ଡେରାରେ ତଲାସିିରେ ସାହାଯ୍ୟ ପାଇଁ ରୁଡ଼କିରୁ ଏକ ଫରେନସିକ ଟିମ ମଧ୍ୟ ଡ଼କାଯାଇଛି । ଏହା ବ୍ୟତୀତ ଏହି ତଲାସିିରେ ବନ୍ୟ ବିଭାଗର ଏକ ଟିମ ମଧ୍ୟ ସାମିଲ ଅଛି । ତେବେ ବନ୍ୟ ବିଭାଗର କର୍ମଚାରୀ ସନ୍ଦହ କରୁଛନ୍ତି ଆଶ୍ରମରେ ବିଲୁପ୍ତ ପ୍ରଜାତିର ବନ୍ୟଜୀବ ଥାଇ ପାରନ୍ତି । ଏବେ ପର୍ଯ୍ୟନ୍ତ ଯାଂଚ ପରେ ଆଶ୍ରମରୁ କିଛି ହରିଣ ଓ ଅନ୍ୟାନ୍ୟ ପଶୁ ଜବତ ହୋଇଛନ୍ତି । ତେବେ ଏବେ ବି ତଲାସି ଜାରି ରହିଛି ।

ତେବେ ବଳତ୍କାରୀ ବାବଙ୍କ ଅନେକ ଗୁମର ଆଜି ଲୋକଲୋଚକୁ ଆସିବ । ଅଦାଲତର ଆଦେଶ ପରେ ଡେରାram rahim ସଚ୍ଚା ସୌଦାର ଚେୟାରପର୍ସନ ବିପଶ୍ୟନା ଇଂସାନ କହିଛନ୍ତି, ଆଶ୍ରମରେ ସର୍ଚ୍ଚ ଅପରେସନ ଚାଲିଛି । ଏଥିପାଇଁ ଆଶ୍ରମ ପରିସରରେ ଛାନଭିନ ଜାରି ରହିଛି । ଡେରା ସଚ୍ଚା ସୌଦା ସବୁସେଳେ ଆଇନର ନିୟମ ମାନେ । ଏହାସହ ସମର୍ଥକଙ୍କୁ ସେ ଅନୁରୋଧ କରି କହିଛନ୍ତି ଆଇନ ମାନି ଛାନଭିନ ସମୟରେ ଶାନ୍ତି ବଜାୟ ରଖନ୍ତୁ । ଡେରା ସର୍ଚ୍ଚା ସୌଦା ଅଂଚଳରେ ଏବେ କର୍ଫ୍ୟୁ ଜାରି ରହିଛି । ବାହାର ଲୋକଙ୍କୁ ଡ଼େରା ପରିସରକୁ ପ୍ରବଶେ ନିଶେଦ୍ଧ ରହିଛି । ଡେରା ଅଂଚଳରେ ଗାଁ ଲୋକଙ୍କୁ ମଧ୍ୟ ବିନା ପରିଚୟ ପତ୍ରରେ ପ୍ରବେଶ ନିସେଦ୍ଧ ହୋଇଛି ।

ସୂଚନାଯୋଗ୍ୟ ଗତ କିଛିଦିନ ଦିନ ପୂର୍ବରୁ ଖବର ଆସିଥିଲା ରାମ ରହିମ ଅସଲି ନାଁ ନକଲି । ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ପ୍ରକାଶିତ ଖବବ ଅନୁଯାୟୀ, ଜେଲରେ ରହିଥିବା ରାମରହିମ ଅସଲି ନୁହଁନ୍ତି ବରଂ ତାଙ୍କ ଭଳି ଦେଖାଯାଉଥିବା ଅନ୍ୟ ଏକ ବ୍ୟକ୍ତି । ଏହି ଘଟଣା ସମ୍ନାକୁ ଆସିବା ପରେ ହରିୟାଣା ସରକାରଙ୍କର ଚିନ୍ତା ବଢ଼ିଯାଇଥିଲା । ଜେଲରେ ରହିଥିବା ରାମରହିମ ଅସଲି ନା ନକଲି ସେ ନେଇ ତଦନ୍ତ ଆରମ୍ଭ କରିଥିଲା ହରିୟାଣା ପୋଲିସ ।